ବଜ୍ରାଘାତରେ ଯୁବକଙ୍କ ମୃତ୍ୟୁ

ଶେରଗଡ଼/ପାଟପୁର,୮ା୪(ଡି.ଏନ୍‌.ଏ.)- ଶେରଗଡ ଅଞ୍ଚଳରେ ମଙ୍ଗଳବାର ରାତିରେ ବର୍ଷା ସହ ବଜ୍ରପାତ ହୋଇଛି। ବଜ୍ରାଘାତରେ ରାତି ପ୍ରାୟ ୯ଟା ରତନି ପାହାଡ଼ରେ ଥିବା ମନ୍ଦିରରେ ଜଣେ ଯୁବକଙ୍କ ମୃତତ୍ୟୁ ଘଟିଛି। ସେ ହେଲେ ଶେରଗଡ଼ର ବିନୋଦ ନାୟକ (୩୫)। ଲକ୍‌ଡାଉନ ଚାଲିଥିବାବେଳେ ବିନୋଦଙ୍କ ସମେତ କେତେଜଣ ବ୍ୟକ୍ତି ରତନି ପାହାଡ଼ରେ ଥିବା ମା’ଙ୍କ ନିକଟକୁ ଯାଇଥିଲେ। ବଜ୍ରଘାତରେ ବିନୋଦ ଅଚେତ ହୋଇ ପଡିଥିଲେ। ରାତି ହୋଇ ଥିବାରୁ ହଠାତ୍‌ ତାଙ୍କୁ ଶେରଗଡ଼ ଡାକ୍ତରଖାନାକୁ ଅଣାଯାଇପାରି ନ ଥିଲା। ଭୋର ପ୍ରାୟ ୪ଟାବେଳେ ଶେରଗଡ଼ ଡାକ୍ତରଖାନାକୁ ଅଣାଯିବାପରେ ଡାକ୍ତର ମୃତ ଘୋଷଣା କରିଥିଲେ। ରତନି ପାହାଡ଼ଟି ପାଟପୁର ଥାନା ଅଞ୍ଚଳରେ ଯାଉଥିବାରୁ ପାଟପୁର ପୋଲିସ ମୃତଦେହ ଜବତ କରି ନଂ.୬/୨୦ରେ ଅପମୃତ୍ୟୁ ମାମଲା ରୁଜୁକରି ବ୍ୟବଚ୍ଛେଦ କରାଇଛି।