Categories: ଗଞ୍ଜାମ

ବଜ୍ରାପାତରେ ଯୁବକ ମୃତ

ଚିକିଟି,୨ା୬(ଡି.ଏନ.ଏ.)-ଚିକିଟି ଫାଣ୍ଡି ଭୋଳାସିଙ୍ଗି ଗ୍ରାମରେ ରବିବାର ବଜ୍ରାପାତରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିିଛି। ସେ ହେଲେ ଉକ୍ତ ଗ୍ରାମର ସୁରେନ୍ଦ୍ର ସାହୁ (୪୨)। ସୁରେନ୍ଦ୍ର ଅପରାହ୍ନରେ ଗ୍ରାମ ନିକଟସ୍ଥ ଏକ ଜମିକୁ କାମ କରିବାକୁ ଯାଇଥିଲେ। ସାଢ଼େ ୫ଟାରେ ଘରକୁ ଫେରୁଥିବା ବେଳେ ବଜ୍ରପାତ ହେବାରୁ ସେ ରାସ୍ତାରେ ଅଚେତ ହୋଇପଡ଼ିଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଚିକିଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ଚିକିଟି ଫାଣ୍ଡି ଅଧିକାରୀ ବିଜୟ କୁମାର ପ୍ରଧାନ ମୃତଦେହ ଜବତ କରିବା ସହ ସୋମବାର ବ୍ୟବଚ୍ଛେଦ ପାଇଁ ପଠାଯିବ ବୋଲି କହିଛନ୍ତି।