ବଞ୍ଚିଥିବା ପର୍ଯ୍ୟନ୍ତ ଭଞ୍ଜ ମାଟିର ବିକାଶ କରିବି

ଭଞ୍ଜନଗର/ଜଗନ୍ନାଥପ୍ରସାଦ,୬।୬(ଡି.ଏନ.ଏ)- ନୂତନ ମନ୍ତ୍ରୀ ମଣ୍ଡଳରେ ସ୍ଥାନ ପାଇବା ପରେ ସ୍ଥାନୀୟ ବିଧାୟକ ତଥା ଜଙ୍ଗଲ ଓ ପରିବେଶ ଏବଂ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଗୁରୁବାର ଭଞ୍ଜନଗର ନିର୍ବାଚନମଣ୍ଡଳୀ ଗସ୍ତରେ ଆସିଛନ୍ତି। ବିଜେଡ଼ି କର୍ମୀମାନେ ବାଇକ ଶୋଭାଯାତ୍ରାରେ ମନ୍ତ୍ରୀଙ୍କୁ କରସିଙ୍ଗି ଛକରୁ ଭଞ୍ଜନଗର ପର୍ଯ୍ୟନ୍ତ ସ୍ବାଗତ କରି ଆଣିଥିଲେ। ବାଟରେ ବିଭିନ୍ନ ଗ୍ରାମବାସୀ ମନ୍ତ୍ରୀଙ୍କୁ ସ୍ବାଗତ କରିଥିଲେ। ଏହାପରେ ଭଞ୍ଜନଗର ବସ୍‌ଷ୍ଟାଣ୍ଡ ପରିସରରେ ରାତିରେ ଏକ ସ୍ବାଗତ ସଭା ଆୟୋଜିତ ହୋଇଥିଲା। ଏଥିରେ ଅଞ୍ଚଳର ବିଭିନ୍ନ ବେସରକାରୀ ଓ ସରକାରୀ ଅନୁଷ୍ଠାନ ପକ୍ଷରୁ ମନ୍ତ୍ରୀଙ୍କୁ ସ୍ବାଗତ କରାଯାଇଥିଲା। ଭଞ୍ଜନଗର ନିର୍ବାଚନମଣ୍ଡଳୀବାସୀ ତାଙ୍କୁ ଷଷ୍ଠଥର ପାଇଁ ବିଧାୟକ ଭାବେ ନିର୍ବାଚିତ କରିଥିବା ସମସ୍ତଙ୍କୁ ସାଧୁବାଦ ଜଣାଇଥିଲେ। ଭଞ୍ଜନଗର ନିର୍ବାଚନମଣ୍ଡଳୀରେ ବିଗତ ଦିନରେ ଯେଉଁ ବିକାଶରଧାରା ଚାଲିଥିଲା ତାହା ବଜାୟ ରହିବ। ବଞ୍ଚତ୍ଥିବା ପର୍ଯ୍ୟନ୍ତ ଭଞ୍ଜ ମାଟିର ବିକାଶ କରିବି। ସେଥିପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ ମନ୍ତ୍ରୀ। କେନ୍ଦ୍ରରେ ମୋଦି ହାଓ୍ବା ବୋହୁଥିବାବେଳେ ରାଜ୍ୟବାସୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତି ବିଶ୍ୱାସ ରଖି ପଞ୍ଚମ ଥର ପାଇଁ ମୁଖ୍ୟମନ୍ତ୍ରୀ କରାଇଛନ୍ତି। ସେଥିପାଇଁ ସେ କୃତଜ୍ଞତା ଜଣାଇଥିଲେ। ମନ୍ତ୍ରୀଙ୍କ ଗସ୍ତ ସମୟରେ ଜଗନ୍ନାଥପ୍ରସାଦ ବ୍ଲକ ବିଜେଡ଼ି ସଭାପତି ମୋହନ ପ୍ରଧାନ, ବରିଷ୍ଠ ବିଜେଡ଼ି ସଙ୍ଗଠକ ବିପ୍ର ବାରିକ, ବ୍ଲକ ଅଧ୍ୟକ୍ଷା ଗୀତାଞ୍ଜଳି ବେହେରା, ଉପାଧ୍ୟକ୍ଷ ହିମାଂଶୁ ଶେଖର ବାରିକ, ସରକାରୀ ଓକିଲ ଦିବାକର ନାୟକ, ଏମ୍‌.ତାଜ୍‌ ଆଦେନୀ, ଭଞ୍ଜନଗର କଲେଜ ଅଧ୍ୟକ୍ଷ ଡ. ନୀଳାଞ୍ଚଳ ମୁନି, ଜଗନ୍ନାଥପ୍ରସାଦ କଲେଜ ଅଧ୍ୟକ୍ଷ ନୃସିଂହ ଚରଣ ପ୍ରଧାନ, ବିଡ଼ିପୁର କଲେଜ ଅଧ୍ୟକ୍ଷ ପ୍ରଭାକର ଶତପଥୀ, ଶୁଳପାଣୀ ଶତପଥୀ, ଭଞ୍ଜନଗର ବ୍ଲକ ଉପାଧ୍ୟକ୍ଷ ବିକ୍ରମ କେଶରୀ ଆରୁଖ, ଆସିକା କେନ୍ଦ୍ର ସମବାୟ ବ୍ୟାଙ୍କ ସଭାପତି ବୀରେନ୍ଦ୍ର କେଶରୀ ଆରୁଖ, ରାଜେନ୍ଦ୍ର ବିଶୋୟୀ, ସୁଧୀର ବେହେରା, ସୁନିତା ଦଳବେହେରା, ପ୍ରମୋଦ ପ୍ରଧାନ, ପଞ୍ଚାନନ ପାଳଙ୍କ ସମେତ ବନ ବିଭାଗର ବରିଷ୍ଠ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।
ଫଟୋ୬ଏ-ଜିରାବାଡ଼ି ଠାରେ ମନ୍ତ୍ରୀ ଆରୁଖଙ୍କୁ ଲୋକେ ସ୍ବାଗତ କରୁଛନ୍ତି।

Share