ଗଞ୍ଜାମ,୧ା୨(ଡି.ଏନ.ଏ.)-ଗଞ୍ଜାମ ବ୍ଲକ ମଲାଡ଼ ପଞ୍ଚାୟତ ବରୋଦା ଗ୍ରାମରେ ସରକାରଙ୍କ ବସୁଧା ଯୋଜନାରେ ଗ୍ରାମ୍ୟ ଜଳ ଯୋଗାଣ ପକ୍ଷରୁ ପାଣି ଟାଙ୍କି ନିର୍ମାଣ କାର୍ଯ୍ୟ ଚାଲିଛି। କିନ୍ତୁ କିଛି ଅସାମାଜିକ ବ୍ୟକ୍ତି ଆମ ଏରିଆରେ କାର୍ଯ୍ୟ ହେଉଛି, ତେଣୁ ଆମକୁ ବଟି ଦେବାକୁ ପଡିବ, ନ ଦେଲେ କାମ ବନ୍ଦ କର ବୋଲି ଧମକ ଦେଉଥିବା ଶନିବାର ଗଞ୍ଜାମ ଥାନାରେ ଅଭିଯୋଗ ହୋଇଛି। ଏଥିସହ ବଟି ମାଗୁଥିବା ବ୍ୟକ୍ତିମାନେ ଶ୍ରମିକମାନଙ୍କୁ ଗାଳି ଗୁଲଜ କରିବା ସହ ସେମାନେ ରହୁଥିବା ବାତ୍ୟା ଆଶ୍ରୟ ସ୍ଥଳୀରୁ ସେମାନଙ୍କ ବ୍ୟାଗ ବାହାରକୁ ଫୋପାଡ଼ିି ଦେଇଥିବା ନିର୍ମାଣ କାର୍ଯ୍ୟ କରୁଥିବା ଧରଣୀ ବାରିକ ଏତଲାରେ ଦର୍ଶାଇଛନ୍ତି। ଏ ସମ୍ପର୍କରେ ଥାନାଧିକାରୀ ଦିଲୀପ କୁମାର ସାହୁଙ୍କୁ ପଚାରିବାରୁ କାମ କରୁଥିବା ବ୍ୟକ୍ତି ଓ ବଟି ମାଗୁଥିବା ବ୍ୟକ୍ତିଙ୍କୁ ଥାନାକୁ ଡକାଯାଇଛି। ଘଟଣା ସତ୍ୟ ଥିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।