Categories: Video

ବଡଦାଣ୍ଡରେ ଗଡିବନି ରଥ

ଚଳିତ ବର୍ଷ କରୋନା ମହାମାରୀ ପାଇଁ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଉପରେ ରୋକ ଲଗାଇଛନ୍ତି ସୁପ୍ରିମକୋର୍ଟ । ଏ ନେଇ ଗୁରୁବାର ସଂଧ୍ୟାରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗୁରୁତ୍ୱପୁର୍ଣ୍ଣ କ୍ୟାବିନେଟ ବୈଠକ ବସିଥିଲା । ଶ୍ରୀ ଜଗନ୍ନାଥ ମନ୍ଦିର ପରିଚାଳନାଳ କମିଟି ନିଷ୍ପତି କ୍ରମେ ମନ୍ଦିର ଭିତରେ ସମସ୍ତ ନିତିକାନ୍ତି କରିବାକୁ ବୌଠକରେ ସ୍ଥିର କରାଯାଇଛି । କରୋନା ମହାମରୀକୁ ପାଇଁ ଭକ୍ତ ଓ ଭଗବାନ ମଧ୍ୟରେ ଦୂରତାକୁ ଜଗନ୍ନାଥ ପ୍ରେମୀ ସହଜରେ ଗ୍ରହଣ କରିପାରିନାହାନ୍ତି । ମାତ୍ର କଡା କଟକଣା ଭିତରେ ମହାପ୍ରଭୁଙ୍କ ଘୋଷଯାତ୍ରା କରାଯିବାକୁ ବିଭିନ୍ନ ମହଲରୁ ଦାବୀ ଜୋର ଧରୁଛି ।