ବଡନଦୀ ହିଡରୁ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ଆସିକା,୨୮।୫(ଡି.ଏନ୍‌.ଏ.)- ଆସିକା ସହର ଉପକଣ୍ଠ ମୁକୁନ୍ଦପୁର-ଆଲିପୁର ବଡନଦୀ ହିଡ ରାସ୍ତା କଡରୁ ମଙ୍ଗଳବାର ସନ୍ଧ୍ୟାରେ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକ ହେଲେ ପୋଲସରା ନିକଟସ୍ଥ ରାଣୀପଡା ଗ୍ରାମର ସଞ୍ଜୟ ବେହେରା (୪୫)। ସେ ପରିବାର ସହ ୧୦ବର୍ଷ ହେଲା ଆସିକା ନିକଟସ୍ଥ ନୂଆଗାଁ ଗ୍ରାମରେ ରହି ଦିନ ମଜୁରିଆ ଭାବେ କାମ କରୁଥିଲେ। ମୃତଦେହର ନାକ ଓ କାନରେ ରକ୍ତ ଲାଗିଥିବାବେଳେ ମୁଣ୍ଡରେ ଗଭୀର କ୍ଷତଚିହ୍ନ ରହିଛି। ଖବର ପାଇ ଆସିକା ଏସ୍‌ଡିପିଓ ସୂର୍ଯ୍ୟମଣି ପ୍ରଧାନ ଓ ଥାନା ଅଧିକାରୀ ପୀତବାସ ଧାରୁଆ ଘଟଣା ସ୍ଥଳରେ ପହଞ୍ଚତ୍ ତଦନ୍ତ ଆରମ୍ଭ କରିଛନ୍ତି। ପ୍ରାଥମିକ ତଦନ୍ତରୁ ଏହା ଏକ ହତ୍ୟାକାଣ୍ଡ ବୋଲି ପୋଲିସ ଅନୁମାନ କରିଛି। ତେବେ ହତ୍ୟାର କାରଣ ଓ ହତ୍ୟାକାରୀ କିଏ ତାହା ତଦନ୍ତ ପରେ ସ୍ପଷ୍ଟ ହେବ ବୋଲି ପୋଲିସ କହିଛି। ସବୁଦିନଭଳି ମଙ୍ଗଳବାର ସକାଳ ପ୍ରାୟ ୭ଟାରେ ସଞ୍ଜୟ ଘରୁ କାମକୁ ବାହାରି ଆସିଥିଲେ। ସନ୍ଧ୍ୟାରେ ତାଙ୍କ ମୃତଦେହ ପଡିଥିବା ପରିବାରବର୍ଗ ଖବର ପାଇବା ପରେ ଘଟଣା ସ୍ଥଳରେ ପହଞ୍ଚତ୍ଥିବା ମୃତ ସଞ୍ଜୟଙ୍କ ପୁଅ ରାକେଶ କହିଛନ୍ତି।

Share