Advertisement
Categories: ଗଞ୍ଜାମ

ବଡପୁଅ ଆକ୍ରମଣରେ ବାପା,୩ ଭାଇ ଆହତ

ବୁଗୁଡା,୧୩ା୫(ଡି.ଏନ.ଏ.)-ବୁଗୁଡା ଥାନା ଚିରିକିପଡା ଗ୍ରାମରେ ଜମିବାଡିକୁ କେନ୍ଦ୍ରକରି ଗୋଟିଏ ପରିବାରର ବଡପୁଅର ଆକ୍ରମଣରେ ବାପା ଏବଂ ୩ ଭାଇ ଆହତ ହୋଇଛନ୍ତି। ଆହତମାନେ ହେଲେ ବାପା ରାଘବ ମହାନ୍ତି, ତାଙ୍କ ପୁଅ ଟିଟୁ, ସିଦ୍ଧେଶ୍ୱର ଓ ବାପୁନି।

ପ୍ରକାଶ ଯେ, ଚିରିକିପଡା ଗ୍ରାମର ରାଘବଙ୍କ ୪ପୁଅ। ସେମାନଙ୍କ ମଧ୍ୟରେ ଜମିବାଡିକୁ କେନ୍ଦ୍ରକରି ରବିବାର ସନ୍ଧ୍ୟାରେ ଗଣ୍ଡଗୋଳ ହୋଇଥିଲା। ସୋମବାର ରାଘବଙ୍କ ସ୍ତ୍ରୀଙ୍କ ଶ୍ରାଦ୍ଧବାର୍ଷିକୀ ଥିଲା। ଏନେଇ ବଡଭାଇ ଏବଂ ଅନ୍ୟଭାଇଙ୍କ ମଧ୍ୟରେ କୌଣସି କାରଣକୁ ନେଇ କଳିଗୋଳ ହୋଇଥିଲା। ରାଘବଙ୍କ ବଡପୁଅ ରାମକୃଷ୍ଣ, ତାଙ୍କ ପୁଅ ଓ ପଙ୍କଳବାଡି ଗ୍ରାମର ୨ଜଣ ଯୁବକ ମିଶି ରାଘବ ଓ ତାଙ୍କ ଅନ୍ୟ ୩ପୁଅ ଟିଟୁ, ସିଦ୍ଧେଶ୍ୱର ଓ ବାପୁନିଙ୍କୁ କାତି ଓ କୁରାଢୀରେ ଆକ୍ରମଣ କରିଥିଲେ। ଆକ୍ରମଣରେ ଟିଟୁ ଓ ସିଦ୍ଧେଶ୍ୱର ଗୁରୁତର ଆହତ ହୋଇଥିଲେ। ବାପା ରାଘବଙ୍କ ମୁଣ୍ଡ ଏବଂ ଅନ୍ୟ ଏକ ଭାଇ ବାପୁନିଙ୍କ ହାତରେ ଆଘାତ ଲାଗିଥିଲା। ଆହତ ୪ଜଣ ଅଟୋରେ ଆସି ବୁଗୁଡା ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚତ୍ଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା ପରେ ରାଘବଙ୍କ ଦ୍ୱିତୀୟ ପୁଅ ଟିଟୁ ଏବଂ ୪ର୍ଥ ପୁତ୍ର ସିଦ୍ଧେଶ୍ୱରଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

ଖବର ଲେଖା ହେବା ସୁଦ୍ଧା ବୁଗୁଡା ଥାନାରେ କୌଣସି ଅଭିଯୋଗ ହୋଇ ନ ଥିବାବେଳେ ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ତଦନ୍ତ ଚଳାଇଛି। ପରିବାରଲୋକେ ବ୍ରହ୍ମପୁର ବଡ ମେଡିକାଲରୁ ଫେରିବା ପରେ ଏତଲା ଦେବେ ବୋଲି ଜଣାପଡିଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel