ବଡବିଲ୍‌ରୁ ଚୋରି ହାଇଓ୍ବା ଝାଡଖଣ୍ଡରୁ ଜବତ, ମାଷ୍ଟରମାଇଣ୍ଡ ସହ ୩ ଗିରଫ

ବଡ଼ବିଲ, ୨୮ା୩(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅନ୍ତର୍ଗତ ଭଦ୍ରାସାହିରୁ ଗତ ମଙ୍ଗଳବାର ବିଳମ୍ବିତ ରାତିରେ ଚୋରି ହୋଇଥିବା ହାଇଓ୍ବାକୁ ପୋଲିସ ବୁଧବାର ରାତିରେ ଝାଡଖଣ୍ଡରୁ ଜବତ କରିଛି। ଏହି ଘଟଣାର ମାଷ୍ଟରମାଇଣ୍ଡ୍‌ ସହ ଅନ୍ୟ ଦୁଇ ଦଲାଲଙ୍କୁ ପୋଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ମାଷ୍ଟରମାଇଣ୍ଡ ସୁନ୍ଦରଗଡ଼ ଜିଲା କୋଇଡ଼ା ଅଞ୍ଚଳର ଗୁରୁଦେବ ଗୁପ୍ତା ଓରଫ ଛୋଟୁ, ୨ ଦଲାଲ ଝାଡ଼ଖଣ୍ଡ ଜିଲା ମଝଗାଓଁ ଥାନା ଖରପୋଷ ଗ୍ରାମର ଅମିର ହୁସୈନ ଓ ସେକ୍‌ ନୌସାଦ।

ସୂଚନା ଅନୁଯାୟୀ, ବଡବିଲ ଥାନା ଅନ୍ତର୍ଗତ ଭଦ୍ରାସାହିରେ ରହୁଥିବା ଗୁରୁଦେବ ଗୁପ୍ତାଙ୍କ ହାଇଓ୍ବା (ନଂ.ଓଡି୦୯ସି୯୦୬୨) ମଙ୍ଗଳବାର ବିଳମ୍ବିତ ରାତିରେ ଗ୍ୟାରେଜ ସମ୍ମୁଖରୁ ଚୋରି ହୋଇଥିଲା। ଏ ନେଇ ବୁଧବାର ବଡ଼ବିଲ ଥାନାରେ ଅଭିଯୋଗ ହୋଇଥିଲା। କେସ୍‌ ନଂ. ୭୭/୧୯ରେ ଏକ ମାମଲା ରୁଜୁକରି ପୋଲିସର ଏକ ଟିମ୍‌ ତଦନ୍ତ ପାଇଁ ଝାଡଖଣ୍ଡ ଏବଂ ଅନ୍ୟ ଏକ ଟିମ୍‌ କେନ୍ଦୁଝର ଯାଇଥିଲେ। ତେବେ ଝାଡ଼ଖଣ୍ଡ ପୋଲିସ ସହାୟତାରେ ବଡ଼ବିଲ ପୋଲିସ ଝାଡଖଣ୍ଡର ରାଜନଗର ଥାନା ଅଞ୍ଚଳରୁ ଉକ୍ତ ଗାଡିକୁ ଜବତ କରିଛି। ଛୋଟୁଙ୍କ ନାମରେ ବିଭିନ୍ନ ଥାନାରେ ଗାଡି ଚୋରି ଅଭିଯୋଗ ରହିଥିବା ବଡ଼ବିଲ ଥାନା ଆଇଆଇସି ସୁଶାନ୍ତ ଦାସ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି ଦୌପଦୀ ମୁର୍ମୁ: ଏହିଭଳି ରହିବ ସୁରକ୍ଷା ବ୍ୟବସ୍ଥା

ଭୁବନେଶ୍ୱର,୨।୭: ରାଷ୍ଟ୍ରପତି ଦୌପଦୀ ମୁର୍ମୁ ଜୁଲାଇ ୬ରୁ ୯ ତାରିଖ ପର୍ଯ୍ୟନ୍ତ ଓଡ଼ିଶା ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି। ଏହି ଅବସରରେ ରାଷ୍ଟ୍ରପତି ଭୁବନେଶ୍ୱର, ପୁରୀ,...

ବିଜେଡି ସରକାରରେ ବନ୍ଦ ଥିବା ସ୍କୁଲ ଏବେ ଖୋଲିବ 

ଭୁବନେଶ୍ୱର,୨।୭: ବିଜେଡି ସରକାର ଚାଲିଥିବା ବେଳେ ବନ୍ଦ ହୋଇଥିବା ସ୍କୁଲଗୁଡ଼ିକ  ଖୋଲାଯିବ। ଏ ନେଇ ମଙ୍ଗଳବାର ଗଣଶିକ୍ଷା ବିଭାଗ ପକ୍ଷରୁ ସଚିବଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଯେଉଁଠି...

ଆଦିତ୍ୟ ମହାପାତ୍ର କିଏ? ଯିଏ ନବୀନଙ୍କ ବ୍ୟକ୍ତିଗତ ସଚିବ ଭାବେ ହେଲେ ନିଯୁକ୍ତ

ଭୁବନେଶ୍ୱର,୨ା୭: ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ଭାବେ ଆଦିତ୍ୟ ମହାପାତ୍ରଙ୍କୁ ନିଯୁକ୍ତି ଦିଆଯାଇଛି। ପୂର୍ବରୁ ଆଦିତ୍ୟ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ସଚିବ...

ଆନିଭର୍ସାରିରେ ଲାଇଫ୍‌ ପାର୍ଟନର୍‌ଙ୍କୁ ଦିଅନ୍ତୁ ଏମିତି ଗିଫ୍ଟ…ହୋଇଯିବେ ଖୁସି

ବିବାହ ପରେ ପ୍ରଥମ ଆନିଭର୍ସାରିକୁ ମେମୋରେବଲ୍‌ କରିବାକୁ ଆଜିକାଲି ସବୁ କପଲଙ୍କର ଇଚ୍ଛା ରହିଛି । ତେଣୁ ଏହି ଦିନଟିକୁ କିପରି ସ୍ପେଶାଲ କରିବେ ଭାବିଭାବି...

ରାହୁଲ ଗାନ୍ଧୀଙ୍କୁ କଡ଼ା ସମାଲୋଚନା କଲେ ମନମୋହନ: କହିଲେ…

ଭୁବନେଶ୍ୱର,୨।୭: ସୋମବାର ସଂସଦରେ ରାହୁଲ ଗାନ୍ଧୀଙ୍କ ମନ୍ତବ୍ୟକୁ କଡ଼ା ସମାଲୋଚନା କରିଛି ଭାଜପା। ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ କଂଗ୍ରେସକୁ ଟାର୍ଗେଟ କରିଛନ୍ତି। କଂଗ୍ରେସ...

ପିଲାଟିକୁ ଖାଦ୍ୟ ପ୍ରତି ଆଗ୍ରହ ସୃଷ୍ଟି କରାଇବାକୁ ଚାହୁଁଥିଲେ… ଆପଣାନ୍ତୁ ଏହି ଟିପ୍ସ

ପିଲାଟିକୁ ଜନ୍ମଦେବା ପରେ ତାହାର ଲାଳନପାଳନ ଦାୟିତ୍ୱ ମା’କୁ ହିଁ ନେବାକୁ ପଡ଼ିଥାଏ। କାରଣ ଶିଶୁଟିକୁ ଠିକ୍‌ ସମୟରେ ଖୁଆଇବା ସହ ତାହାର ସ୍ବାସ୍ଥ୍ୟ ପ୍ରତି...

ବଢିବ ଭତ୍ତା ଟଙ୍କା! ଏବେ ଏତିକି ପାଇବେ, ମନ୍ତ୍ରୀ ଦେଲେ ସୂଚନା

ଭୁବନେଶ୍ୱର,୨ା୭: ବଢିବ ଭତ୍ତା ଟଙ୍କା। ଭତ୍ତା ଟଙ୍କାକୁ ୩୦୦୦ ଟଙ୍କାକୁ ବୃଦ୍ଧି କରାଯିବ। ଏନେଇ ସାମଜିକ ସୁରକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଘୋଷଣା କରିଛନ୍ତି ।...

ସାମ୍ନାକୁ ଆସିଲା ୪, ୫୦୦ ବର୍ଷ ତଳର ସହର, ପଡ଼ିରହିଛି ୩ ଶହ ମୃତଦେହ

ନୂଆଦିଲ୍ଲୀ,୨।୭: ଇତିହାସରେ ଏମିତି କିଛି ଘଟଣା ରହିଛି, ଯାହା ସମୟ ସହିତ ଅଦୃଶ୍ୟ ହୋଇଯାଇଛି । କିନ୍ତୁ ବେଳେ ବେଳେ ହଜାର ହଜାର ଘଟଣା ସାମ୍ନାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri