ବଡ଼ଚଣାରେ ବିଜେଡି ଆଗୁଆ

ଯାଜପୁର ଅଫିସ,୨୩ା୫: ଯାଜପୁର ଲୋକସଭା ନିର୍ବାଚନମଣ୍ଡଳୀ ଅଧୀନ ବଡ଼ଚଣା ବିଧାନସଭା ଆସନ ଭୋଟ୍‌ ଗଣତିରେ ପ୍ରଥମ ୨୪ଟି ରାଉଣ୍ଡରେ ଭାଜପାର ଅମର ନାୟକ ଆଗୁଆ ରହିଥିବାବେଳେ ୨୫ତମ ରାଉଣ୍ଡରେ ବିଜେଡିର ଅମର ପ୍ରସାଦ ଶତପଥୀ ୮୨୪ଖଣ୍ଡ ଭୋଟରେ ଆଗରେ ରହିଛନ୍ତି। ଆଉ ୫ ରାଉଣ୍ଡ ଗଣତି ହେବାକୁ ଥିବାରୁ ବିଜୟ କାହା ସପକ୍ଷରେ ଯିବ, ତାହା ଆକଳନ କରିହେଉନାହିଁ।