ବଡ଼ଦିନ ପାଇଁ ସବୁଠି କଡ଼ା ସୁରକ୍ଷା

ଫୁଲବାଣୀ ଅଫିସ,୨୫ା୧୨ : କନ୍ଧମାଳ ଜିଲାରେ ବୁଧବାର ବଡ଼ଦିନ ପାଳନ ବେଳେ ଯେପରି କିଛି ଅପ୍ରୀତିକର ପରିସ୍ଥିତି ନ ଉପୁଯିବ, ସେନେଇ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ସବୁଠି କଡ଼ା ନଜର ରଖାଯାଇଥିବା ଏସ୍‌ପି ପ୍ରତୀକ ଗୀତା ସିଂ ମଙ୍ଗଳବାର ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି। ଜିଲାରେ ଥିବା ଫୋର୍ସକୁ ମିଶାଇ ବାହାରୁ ଅଧିକା ୨୧ ପ୍ଲାଟୁନ ଫୋର୍ସ ମଗାଯାଇଛି। ସେମାନଙ୍କୁ ବିଭିନ୍ନ ଥାନା ଅଞ୍ଚଳରେ ନିୟୋଜିତ କରାଯାଇଛି। ଜିିଲାର ସମସ୍ତ ପୋଲିସ ଅଧିକାରୀଙ୍କ ସମେତ ବାହାରୁ ୨୫ ଅଧିକାରୀ ମଧ୍ୟ ଆସିଛନ୍ତି। ଯାନବାହାନ ଯାଞ୍ଚକୁ କଡାକଡି କରାଯାଇଛି। ୨୪ ଘଣ୍ଟିଆ ପାଟ୍ରୋଲିଂ ଚାଲିଥିବା ଏସ୍‌ପି ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ଶାନ୍ତିଶୃଙ୍ଖଳାରେ ବଡ଼ଦିନ ପାଳନ କରିବାକୁ ସବୁ ବର୍ଗର ଲୋକେ ସହଯୋଗ କରୁଛନ୍ତି ବୋଲି ସେ କହିଛନ୍ତି।

Share