Advertisement

ବଡ଼ବିଲରେ ତାପମାତ୍ରା ସର୍ବନିମ୍ନ ୪ ଡିଗ୍ରୀ ତଳକୁ ଖସିଲା

ବଡ଼ବିଲ,୨୯।୧(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡ଼ବିଲରେ ତାପମାତ୍ରା ହ୍ରାସ ପାଇ ପାରଦ ସର୍ବନିମ୍ନ ୪ ଡିଗ୍ରୀକୁ ଖସିଆସିଛି। ପୌରାଞ୍ଚଳର ଉପକଣ୍ଠ ତଥା ଆଖପାଖ ଅଞ୍ଚଳରେ ଥିବା ବେଲକୁଣ୍ଡି ରାସ୍ତା, ଡ୍ୟାମ୍‌ ରୋଡ୍‌, ଠାକୁରାଣୀ, ସୟାବାଲି, ହାୟାରବୁରୁ, ବଲାଣୀ, କିରିବୁରୁ ଓ ନାଲଦା ଆଦି ଅଞ୍ଚଳର ଖୋଲା ସ୍ଥାନରେ ବରଫର ଆସ୍ତରଣ ଜମିଥିବା ପରିଲକ୍ଷିତ ହୋଇଛି। ଶନିବାର ସକାଳେ ପାରଦ ୩ ଡିଗ୍ରୀତଳକୁ ଖସି ଆସିଥିବାବେଳେ ରବିବାର ସକାଳେ ତାପମାତ୍ରା ବୃଦ୍ଧି ପାଇ ପାରଦ ୪ ଡିଗ୍ରୀ ହୋଇଛି। ତେବେ ପୂର୍ବାହ୍ନ ୧୦ଟା ପର୍ଯ୍ୟନ୍ତ ଜନଜୀବନ ସ୍ବାଭାବିକ ହୋଇପାରୁନାହିଁ। ଲୋକେ ସ୍ଥାନେସ୍ଥାନେ ନିଆଁ ପୁଉଁଥିବା ବେଳେ ଚା’ ଦୋକାନରେ ବେଶ୍‌ ଭିଡ଼ ଜମୁଛି। ତେବେ ଦୀର୍ଘ ୧୫ ବର୍ଷ ପରେ ବଡ଼ବିଲ ଅଞ୍ଚଳରେ ଏଭଳି ଶୀତ ଅନୁଭୂତ ହେଉଥିଲେ ହେଁ ଶୀତର ପ୍ରକୋପ ଆଗଭଳି ଅନୁଭୂତ ହେଉ ନ ଥିବା ବୟୋଜ୍ୟୋଷ୍ଠମାନେ କହିଛନ୍ତି। ପାଣିପାଗ ବିଭାଗ ପକ୍ଷରୁ ଅଞ୍ଚଳରେ ତାପମାତ୍ରା ମାପିବାର କୌଣସି ସୁବିଧା ନ ଥିବାରୁ ଘରୋଇ ତାପମାତ୍ରା ମାପକଯନ୍ତ୍ରରୁ ବଡ଼ବିଲରେ ତାପମାତ୍ରା ୪ ଡିଗ୍ରୀ ରହିଥିବା ଜଣାପଡ଼ିଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share