ବଡ଼ବିଲ କୋର୍ଟରେ ଯୋଗଦେଲେ ନୂତନ ଜେଏମ୍‌ଏଫ୍‌ସି

ବଡ଼ବିଲ,୨୯ା୬(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡ଼ବିଲସ୍ଥିତ ସିଭିଲ ଜଜ୍‌ କମ୍‌ ଜେଏମ୍‌ଏଫ୍‌ସି(ଜୁଡିସିଆଲ ମାଜିଷ୍ଟ୍ରେଟ ଫାଷ୍ଟ କ୍ଲାସ) କୋର୍ଟରେ ଗତ ୨୩ ତାରିଖରୁ ଖାଲିପଡ଼ିଥିବା ମାଜିଷ୍ଟ୍ରେଟ ପଦବୀ ଶନିବାର ପୂରଣ ହୋଇଛି। ନୂତନ ମାଜିଷ୍ଟ୍ରେଟ ଭାବେ ପତିତପାବନ ପଣ୍ଡା ଯୋଗଦେଇଛନ୍ତି। ସେଥି ନିମନ୍ତେ ବଡ଼ବିଲ ବାର୍‌ ଆସୋସିଏଶନ ପକ୍ଷରୁ ମାଜିଷ୍ଟ୍ରେଟ ପଣ୍ଡାଙ୍କୁ ସ୍ବାଗତ କରାଯାଇଛି। ବାର୍‌ ଆସୋସିଏସନ ସଭାଗୃହରେ ଆୟୋଜିତ ସ୍ବାଗତ କାର୍ଯ୍ୟକ୍ରମରେ ସଭାପତି ବଳରାମ ମହାନ୍ତି ଫୁଲତୋଡ଼ା ଦେଇ ସ୍ବାଗତ କରିଥିବାବେଳେ ବରିଷ୍ଠ ଆଇନଜୀବୀ ସୂର୍ଯ୍ୟକାନ୍ତ ତ୍ରିପାଠୀ, ଦିଲୀପ କୁମାର ରାଉତ, ତ୍ରିବେଣୀ ଗିରି, ବିଭୂତି ଭୂଷଣ ଷଡ଼ଙ୍ଗୀ ପ୍ରମୁଖଙ୍କ ସହ ଆଇନଜୀବୀମାନେ ଉପସ୍ଥିତ ଥିଲେ।