ବଡ଼ବିଲ ଥାନା ଅଞ୍ଚଳରୁ ମୋବାଇଲ ଚୋରି ଘଟଣା: ଅଭିଯୁକ୍ତ ଗିରଫ, ୩ ମୋବାଇଲ ଜବତ

ବଡ଼ବିଲ,୫।୬(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡ଼ବିଲ ଥାନା ପୋଲିସ ବୁଧବାର ମୋବାଇଲ ଚୋରି ଘଟଣାରେ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ତାଙ୍କ ନିକଟରୁ ୩ ଟି ମୋବାଇଲ ଜବତ କରିଛି। ଅଭିଯୁକ୍ତ ଜଣକ ହେଲେ ବାକଲ ହଟିଂ ଅଞ୍ଚଳର ସଞ୍ଜୟ ମହାନ୍ତ। ମୋବାଇଲ ଚୋରି ନେଇ ଥାନାରେ(୧୧୯/୧୯) ମାମଲା ରୁଜୁ ହୋଇଥିଲା। ବଡ଼ବିଲର ବିଭିନ୍ନ ଅଞ୍ଚଳରୁ ମୋବାଇଲ ଚୋରି ଘଟଣାରେ ସଂପୃକ୍ତ ଥିବା ଅଭିଯୁକ୍ତ ସଞ୍ଜୟଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ଥାନା ଆଇଆଇସି ସୁଶାନ୍ତ ଦାଶ ସୂଚନା ଦେଇଛନ୍ତି।