ବଡ଼ଭାଇଙ୍କ ମୃତଦେହ ଦେଖି ସାନଭାଇଙ୍କ ମୃତ୍ୟୁ

ବାଲୁଗାଁ,୨୭।୧୦(ଡି.ଏନ.ଏ.): ବଡ଼ଭାଇଙ୍କ ମୃତ୍ୟୁ ଖବର ପାଇ ଦୁଃଖରେ ମ୍ରିୟମାଣ ହୋଇଗଲେ ସାନଭାଇ। ଭାଇଙ୍କ ମୃତଦେହ ଦେଖି ଚେତା ହରାଇଲେ ସେ। ଡାକ୍ତରଖାନା ନେବା ବାଟରେ ମୃତ୍ୟୁ ଘଟିଲା ତାଙ୍କର। ଏପରି ଏକ ଦୁଃଖଦ ଘଟଣା ଘଟିଛି ଖୋର୍ଦ୍ଧା ଜିଲା ବାଲୁଗାଁ ନିକଟସ୍ଥ ଧୂଆଁଳ ଗ୍ରାମରେ ।
ଯେ, ଧୂଆଁଳ ଗ୍ରାମର ଜଟିଆ ବିଶ୍ୱାଳ ଦୀର୍ଘଦିନ ହେଲା ଅସୁସ୍ଥ ଥାଇ ଚିକିତ୍ସିତ ହେଉଥିବା ବେଳେ ଶୁକ୍ରବାର ସନ୍ଧ୍ୟାରେ ହଠାତ୍‌ ତାଙ୍କର ଦେହାନ୍ତ ହୋଇଥିଲା। ଏପରିସ୍ଥଳେ ବଡ଼ ଭାଇଙ୍କ ମୃତ୍ୟୁ ଖବର ଶୁଣି ସାନ ଭାଇ ଗଗନ ବିଶ୍ୱାଳ କିଛି ସମୟ ପରେ ଘରେ ପହଞ୍ଚତ୍ ଭାଇଙ୍କ ମୃତ୍ୟୁରେ ଭାଙ୍ଗି ପଡ଼ିଥିଲେ। ହଠାତ୍‌ ବଡ଼ଭାଇଙ୍କ ମୃତଦେହ ନିକଟରେ ଅଚେତ ହୋଇପଡ଼ିଥିଲେ । ସଙ୍ଗେ ସଙ୍ଗେ ତାଙ୍କୁ ଚିକିତ୍ସା ପାଇଁ ବାଲୁଗାଁ ଡାକ୍ତରଖାନା ଅଣାଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ହୃଦ୍‌ଘାତ ଯୋଗୁ ଗଗନଙ୍କ ମୃତ୍ୟୁ ଘଟିଥିବା ଜଣାଯାଇଛି । ଏହି ଘଟଣା ନେଇ ଗ୍ରାମରେ ଶୋକର ଛାୟା ଖେଳିଯାଇଛି। ଗ୍ରାମ ଶ୍ମଶାନରେ ଦୁଇଭାଇଙ୍କ ଶବ ସତ୍କାର କରାଯାଇଛି ।