ବଡ଼ସାହିରେ ଭାରତ ବନ୍ଦର ମିଶ୍ରିତ ପ୍ରଭାବ

ବଡ଼ସାହି,୮।୧(ସ୍ବ.ପ୍ର.): ମୟୂରଭଞ୍ଜ ଜିଲା ବଡ଼ସାହି ବ୍ଲକ ଅଞ୍ଚଳରେ ଭାରତ ବନ୍ଦ ଡାକରାର ମିଶ୍ରିତ ପ୍ରଭାବ ଦେଖାଦେଇଛି। ବ୍ଲକ କଂଗ୍ରେସର ବଡ଼ସାହି ଜୋନ୍‌ ସଭାପତି ଶଶାଙ୍କ ଶେଖର କରଙ୍କ ନେତୃତ୍ୱରେ ଦଳୀୟ କର୍ମୀମାନେ ପିକେଟିଂ ପୂର୍ବକ ବ୍ଲକ କାର୍ଯ୍ୟାଳୟ, ତହସିଲ କାର୍ଯ୍ୟାଳୟ, ବ୍ୟାଙ୍କ ଓ ଅନ୍ୟାନ୍ୟ ସରକାରୀ କାର୍ଯ୍ୟାଳୟ ବନ୍ଦ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ମନୋରଞ୍ଜନ ବଳା, ପୂର୍ବତନ ବ୍ଲକ କଂଗ୍ରେସ ସଭାପତି ଗୁଣନିଧି ମହାନ୍ତି, ଆନନ୍ଦ ଶଙ୍କର ପାତ୍ର ପ୍ରମୁଖଙ୍କ ସହିତ ଦଳୀୟ କର୍ମୀ ସାମିଲ ରହିଥିଲେ । ଯାତ୍ରୀବାହୀ ବସ୍‌ ଓ ଭାରୀଯାନ ଚଳାଚଳ ବନ୍ଦ ରହିଛି। ପ୍ରଶାସନ ପକ୍ଷରୁ ଛୁଟି ଘୋଷଣା ପରେ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି । ବଜାରରେ ଥିବା ସମସ୍ତ ଦୋକାନ ବଜାର ଖୋଲା ରହିଛି। ଶାନ୍ତି ଶୃଙ୍ଖଳା ପାଇଁ ପୋଲିସ ପ୍ରଶାସନ ସଜାଗ ରହିଛି।

Share