ବଡ଼ସାହିରେ ମୁଖ୍ୟମନ୍ତ୍ରୀଙ୍କ ରୋଡ଼ ଶୋ

ବଡ଼ସାହି/ବତନଟୀ, ୨୫ା୪(ସ୍ବ.ପ୍ର.)-ବଡ଼ସାହି ନିର୍ବାଚନ ମଣ୍ଡଳୀରେ ନିର୍ବାଚନ ପ୍ରଚାର ପାଇଁ ବୁଧବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ବତନ୍ତ୍ର ବସ୍‌ ଯୋଗେ ରୋଡ଼ ଶୋରେ ମାରାଥନ ପ୍ରଚାର କରିଛନ୍ତି ା ମୁଖ୍ୟମନ୍ତ୍ରୀ ବସ ଉପରୁ ‘ଜୟ ଜଗନ୍ନାଥ’ କହି ଓଡ଼ିଶାର ବିକାଶ ପାଇଁ ମୁଁ ଆପଣଙ୍କ ନିକଟକୁ ଆସିଛି ା ଏଣୁ ସମସ୍ତେ ଉଭୟ ଏମ୍‌ପି ଓ ବିଧାୟକ ପ୍ରାର୍ଥୀଙ୍କୁ ଶଙ୍ଖ ଚିହ୍ନରେ ବିପୁଳ ଭୋଟ ଦେଇ ଜୟଯୁକ୍ତ କରାନ୍ତୁ ବୋଲି କହିଥିଲେ ା ଗସ୍ତ ସୂଚୀର ଘଣ୍ଟାଏ ବିଳମ୍ବରେ ମୁଖ୍ୟମନ୍ତ୍ରୀ ବଡ଼ସାହି ନିର୍ବାଚନ ମଣ୍ଡଳୀର ବୈଶିଙ୍ଗା ଠାରେ ୬ଟା ୧୦ରେ ପହଞ୍ଚିଥିଲେ ା ସେଠାରୁ ଏକ ବିରାଟ ବାଇକ ରାଲିରେ ସ୍ବାଗତ ପୂର୍ବକ ମାଣତ୍ରୀ-ବଡ଼ସାହି ଦେଇ ବାରିପଦା ଅଭିମୁଖେ ସମସ୍ତେ ଆସିଥିଲେ ା ୬ଟା ୩୦ରେ ମାଣତ୍ରୀ, ୭ଟା ୧୦ରେ ବଡ଼ସାହି,  ୭ଟା ୪୫ରେ ବୈଦପୁରରେ ପହଞ୍ଚିଥିଲେ ା ମୁଖ୍ୟମନ୍ତ୍ରୀଙ୍କୁ ଦେଖିବା ଓ ଶୁଣିବା ପାଇଁ ରାସ୍ତା ପାର୍ଶ୍ୱ ଓ ଛକ ମାନଙ୍କରେ ପ୍ରବଳ ଜନସମାଗମ ପରିଲକ୍ଷିତ ହୋଇଥିଲା ା ଏପରିକି ବଡ଼ସାହି ଗାନ୍ଧୀଛକରେ ଥିବା ୩ମହଲା କୋଠା ଉପରକୁ ଲୋକମାନେ ରହି ମୁଖ୍ୟମନ୍ତ୍ରୀଙ୍କୁ ଦେଖିଥିଲେ। ମହିଳା ମାନେ ଶଙ୍ଖ ହୁଳହୁଳି ସହିତ ଫୁଲ ଦେଇ ସ୍ବାଗତ କରିଥିବା ବେଳେ ଆଦିବାସୀ ବାଦ୍ୟ ନୃତ୍ୟରେ ପରିବେଶ କମ୍ପିଥିଲା ା କାର୍ଯ୍ୟକ୍ରମରେ ବାଲେଶ୍ୱର ଏମ୍‌ପି ପ୍ରାର୍ଥୀ ରବୀନ୍ଦ୍ର କୁମାର ଜେନା ଓ ବିଧାୟକ ପ୍ରାର୍ଥୀ ବୃନ୍ଦାବନ ଦାସ, ସିନେ ତାରକାମାନେ ପୃଥକ ଗାଡ଼ିରେ ଭୋଟ ନିବେଦନ କରିଥିଲେ ା ବୈଦପୁର ଠାରୁ ମୟୂରଭଞ୍ଜ ଲୋକସଭା ପ୍ରାର୍ଥୀ ଦେବାଶୀଷ ମାରାଣ୍ଡି ଓ ବିଧାୟକ ପ୍ରାର୍ଥୀ ସରୋଜିନୀ ହେମ୍ବ୍ରମ ବାରିପଦା ପର୍ଯ୍ୟନ୍ତ ସମର୍ଥକଙ୍କ ସହିତ ରୋଡ଼ ଶୋରେ ଯାଇଥିଲେ ା ଡୁକୁରା, ନାଉପାଳ, ବାଲିଯୋଡ଼ା, ବଡ଼କେରକୋ, ସାନକେରୋକ ଓ ବାଲିଯୋଡା ଦେଇ ସମସ୍ତେ ବାରିପଦା ଅଭିମୁଖେ ଯାଇଛନ୍ତି। ଶାନ୍ତିଶୃଙ୍ଖଳା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଥିଲା ା ଅଗ୍ନିଶମ ବିଭାଗ, ଡାକ୍ତରୀ ଦଳ ଓ ଅନ୍ୟାନ୍ୟ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା ା