ବଡ଼ସାହି-ବେତନଟୀ ରାସ୍ତାରେ ଦୁଇ ବାଇକ ମୁହାଁମୁହିଁ: ୧ମୃତ, ୧ଗୁରୁତର

ବଡ଼ସାହି, ୭।୬(ସ୍ବ.ପ୍ର.): ମୟୂରଭଞ୍ଜ ଜିଲା ବଡ଼ସାହି ଥାନା ଅଧୀନ ବଡ଼ସାହି-ବେତନଟୀ ରାସ୍ତାର ବାଘମରା ନିକଟରେ ଶୁକ୍ରବାର ଦୁଇ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ମୃତକ ଜଣଙ୍କ ବଡ଼ସାହି ଥାନା ଅଧୀନ ବିଦାଖୁଣ୍ଟା ଗ୍ରାମର ତପନ ମହାନ୍ତ(୪୦)। ଗୁରୁତରଙ୍କ ପରିଚୟ ଜଣାପଡ଼ି ନ ଥିବା ବେଳେ ତାଙ୍କୁ ଚିକିତ୍ସା ପାଇଁ ବେତନଟୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।