ବଡ଼ ଆଖଡ଼ା ମଠ ଉଚ୍ଛେଦ ଆରମ୍ଭ

ପୁରୀ ଅଫିସ,୮।୯: ଶ୍ରୀମନ୍ଦିରର ସୁରକ୍ଷା ଓ ପୁରୀର ବିକାଶ ପାଇଁ ରାଜ୍ୟ ସରକାରଙ୍କ ପଦକ୍ଷେପକୁ ଆମିକସ୍‌ କ୍ୟୁରି ସ୍ବାଗତ କରିବା ପରେ ରବିବାର ବଡ଼ ଆଖଡ଼ା ମଠ ଉଚ୍ଛେଦ ଆରମ୍ଭ ହୋଇଛି। ପ୍ରାଥମିକ ପର୍ଯ୍ୟାୟରେ ମଠ ଉପରେ ଥିବା ସିଂହଦ୍ୱାର ଥାନା ଭଙ୍ଗା ଯାଇଛି। ଏହି ଉଚ୍ଛେଦ ଅଭିଯାନ ଏବେ ବି ଜାରି ରହିଛି। ୧୫ ପ୍ଲାଟୁନ୍‌ ପୋଲିସ ଫୋର୍ସ ଏବଂ ୬ ଜଣ ଇକ୍ଜିକ୍ୟୁଟିଭ ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ଏହି ଉଚ୍ଛେଦ ହେଉଛି। ଗତ ୩ ତାରିଖରେ ଏହି ମଠ ଉଚ୍ଛେଦ ଲାଗି ନିଷ୍ପତ୍ତି ହୋଇଥିଲା। ମାତ୍ର ସାଧୁସନ୍ଥଙ୍କ ବିରୋଧ ଯୋଗୁ ଉଚ୍ଛେଦ କାର୍ଯ୍ୟ ସାମୟିକ ଭାବେ ବନ୍ଦ ରହିଥିଲା। ପରେ ପ୍ରଶାସନ ମଠ ମହନ୍ତଙ୍କ ସହ ଆଲୋଚନା କରିବା ପରେ ପୁଣି ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇଛି।

Share