ବଡ଼ ଓଡିଆ ମଠ ଦେଲା ଚଉସରା ମାଳ

ପୁରୀ ଅଫିସ, ୧୪ା୧: ନବାଙ୍କରେ ଠାକୁରଙ୍କ ଫୁଲ ମେଲାଣ ହୁଏ। ମହଲକ୍ଷ୍ମୀଙ୍କ ଘରୁ ଆସିଥିବା କୁସୁମ ତଥା ଗେଣ୍ଡୁ ଫୁଲ ଲାଗି ହୋଇଥାଏ। ମହାଲକ୍ଷ୍ମୀଙ୍କ ପକ୍ଷରୁ ପରମ୍ପରା ଅନୁଯାୟୀ, ଅତିବଡ଼ି ଜଗନ୍ନାଥ ଦାସଙ୍କ ସମୟରୁ ବଡ ଓଡ଼ିଆ ମଠ ଫୁଲର ଚଉସରା ମାଳ ଯୋଗାଇ ଆସୁଛି। ମହନ୍ତ ଅଧିକାରୀ ବଂଶୀଧର ଦାସ ଗୋସ୍ବାମୀଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ମଙ୍ଗଳବାର ଗେଣ୍ଡୁ ଫୁଲ ଓ ତୁଳସୀରେ ଚଉସରା ମାଳ ତିଆରି କରାଯାଇଥିଲା। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଲାଗି ୧୬ ହାତ ଲମ୍ବ, ଶ୍ରୀବଳଭଦ୍ରଙ୍କ ଲାଗି ୧୪ ହାତ, ଦେବୀ ସୁଭଦ୍ରାଙ୍କ ଲାଗି ୧୨ ହାତ ଏବଂ ଶ୍ରୀସୁଦର୍ଶନଙ୍କ ପାଇଁ ୮ ହାତ ଲମ୍ବର ଚଉସରା ମାଳ ପ୍ରସ୍ତୁତ ହୋଇଥିଲା। ଏହାବ୍ୟତୀତ ସୁଦର୍ଶନ, ମାଧବ, ଲକ୍ଷ୍ମୀ, ସରସ୍ବତୀ, ଭଣ୍ଡାର ଲୋକନାଥ, ମଦନ ମୋହନ, ବିମଳା, ମହାଲକ୍ଷ୍ମୀଙ୍କ ପାଇଁ ମାଳ ତିଆରି ହୋଇଥିଲା। ସନ୍ଧ୍ୟାରେ ମଠରୁ ଏହି ୪ଟି ଚଉସରା ମାଳ ସମେତ ଆହୁରି ୧୦୪ଟି ସାଦାମାଳକୁ ଚାଙ୍ଗୁଡ଼ିିରେ ରଖାଯାଇ ପଟୁଆରରେ ଶ୍ରୀମନ୍ଦିରକୁ ନିଆଯାଇଥିଲା। ବଡ଼ସିଂହାର ବେଶରେ ଠାକୁରଙ୍କୁ ଚଉସରା ମାଳ ଲାଗି କରାଯିବାର ପରମ୍ପରା ରହିଛି।