ନୂଆଦିଲ୍ଲୀ,୧୪।୧୧: ସାବରିମାଲା ମାମଲାର ବିଚାର ଏଣିକି ବଡ଼ ଖଣ୍ଡପୀଠରେ କରାଯିବ ବୋଲି ଗୁରୁବାର ସୁପ୍ରିମ୍କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହି ମାମଲାର ବିଚାର ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ନେତୃତ୍ୱରେ ୫ ଜଣିଆ ଖଣ୍ଡପୀଠରେ କରାଯାଉଥିଲା। ତେବେ ଏହା ୭ ଜଣିଆ ଖଣ୍ଡପୀଠରେ କରାଯିବାକୁ ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି। ଏହି ମାମଲାର ରାୟର ପ୍ରଭାବ କେବଳ ମନ୍ଦିର ନୁହେଁ ମସଜିଦ୍ରେ ମହିଳାଙ୍କ ପ୍ରବେଶ ତଥା ଅଗ୍ୟାରୀରେ ପାର୍ସିୀ ମହିଳାଙ୍କ ପ୍ରବେଶ ଉପରେ ମଧ୍ୟ ପଡ଼ିବ। ତେବେ ପରମ୍ପରା ଧର୍ମର ସର୍ବୋଚ୍ଚ ସର୍ବମାନ୍ୟ ନିୟମ ଆଧାରରେ ହେବା ଆବଶ୍ୟକ ବୋଲି ସୁପ୍ରିମ୍କୋର୍ଟ କହିଛନ୍ତି।