Categories: ଫୁରସତ

ବଡ଼ ଟେଡି ବିୟର

ଟେଡି ବିୟର ସମସ୍ତଙ୍କର ପସନ୍ଦ। ଛୋଟ ପିଲା ତ ଏହାକୁ ଦଣ୍ଡେ ଛାଡି ରହି ପାରନ୍ତି ନାହିଁ। ଏମିତିକି ଧରିକି ବି ଶୋଇଥାଆନ୍ତି। ହେଲେ ମେକ୍ସିକୋରେ ଏମିତି ଏକ ଟେଡି ବିୟର୍‌ ତିଆରି କରାଯାଇଥିଲା ଯାହାକୁ ଧରି ଖେଳିବା ଅସମ୍ଭବ। କାରଣ ଏହା ହେଉଛି ପୃଥିବୀର ସବୁଠାରୁ ବଡ଼ ଟେଡି ବିୟର୍‌। ଜୋନାକାଟଲାନ୍‌ ସହରସ୍ଥ ଷ୍ଟାଡିୟମ୍‌ରେ ଏହାକୁ ପ୍ରଦର୍ଶିତ କରାଯାଇଥିଲା। ମେକ୍ସିକୋରେ ଶିଶୁ ଦିବସକୁ ପ୍ରମୋଟ କରିବା ଲାଗି ଏହାକୁ ତିଆରି କରାଯାଇଥିଲା। ଏହାର ଲମ୍ବ ୬୩ ଫୁଟ ୮ ଇଞ୍ଚ ଅଟେ।

Share