Categories: ଜାତୀୟ

ବଡ଼ ଧରଣର ଆକ୍ରମଣ ଷଡ଼ଯନ୍ତ୍ର: ଦିଲ୍ଲୀରେ ୩-୪ ଜୈଶ୍‌ ଆତଙ୍କବାଦୀ; ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ନୂଆଦିଲ୍ଲୀ,୩।୧୦: ଦିଲ୍ଲୀରେ ୩-୪ ଜୈଶ୍‌-ଇ-ମହମ୍ମଦ୍‌ ଆତଙ୍କବାଦୀ ପ୍ରବେଶ କରିଥିବା ଗୋଇନ୍ଦା ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଏହାକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଆବଶ୍ୟକ ସ୍ଥଳେ ସନ୍ଦିଗ୍ଧ ବ୍ୟକ୍ତି ତଥା ଯାନବାହାନର ଯାଞ୍ଚ୍‌ କରାଯାଉଛି। ପାର୍ବଣ ଋତୁ ଅବସରରେ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ଷଡ଼ଯନ୍ତ୍ର କରାଯାଇଥିବା ଗୋଇନ୍ଦା ରିପୋର୍ଟରେ ଦର୍ଶାଯାଇଛି। ରିପୋର୍ଟ ଆଧାରରେ ଦିଲ୍ଲୀରେ ହାଇ ଆର୍ଲଟ ଜାରି କରାଯାଇଛି।

Share