Categories: ଜାତୀୟ

ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ଷଡ଼ଯନ୍ତ୍ର ପଣ୍ଡ: ବିପୁଳ ପରିମାଣର ବିସ୍ଫୋରକ ଜବତ

ଶ୍ରୀନଗର,୧।୧୦: ଜମ୍ମୁ-କଶ୍ମୀରରେ ଏକ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ଷଡ଼ଯନ୍ତ୍ର ପଣ୍ଡ ହୋଇଛି। ଜମ୍ମୁ ବସ୍‌ ଷ୍ଟାଣ୍ଡ ନିକଟରେ ଏକ ବସ୍‌ରୁ ବିପୁଳ ପରିମାଣର ବିସ୍ଫୋରକ ଜବତ ହୋଇଛି। ବସ୍‌ଟି ବିଲାଓ୍ବରରୁ ଜମ୍ମୁ ବସ୍‌ ଷ୍ଟାଣ୍ଡକୁ ଆସିଥିଲା। ଏନେଇ ଦୁଇଜଣ ସନ୍ଦିଗ୍ଧଙ୍କୁ ମଧ୍ୟ ଜମ୍ମୁ-କଶ୍ମୀର ପୋଲିସ ପକ୍ଷରୁ ଗିରଫ କରାଯାଇଛି। ବିସ୍ଫୋରକ ସାମଗ୍ରୀ ସହିତ ଏକ ନକ୍‌ସା ଜବତ ହୋଇଛି। ନକ୍‌ସା ବ୍ରହ୍ମଣା ସେନା ଶିବିରର ବୋଲି କୁହାଯାଉଛି। ବସ୍‌ରୁ ୧୮ କିଲୋଗ୍ରାମ୍‌ ବିସ୍ଫୋରକ ଜବତ ହୋଇଥିବା ସ୍ଥାନୀୟ ପୋଲିସ ସୂଚନା ଦେଇଛି।

Share