ବଡ଼ ବଜାର ପୋଷ୍ଟ ଅଫିସ କମ୍ପ୍ୟୁଟର ଅଚଳ: ସେବା ଠପ୍‌

ଗଞ୍ଜାମ,୧୨।୧୦(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ବଡ଼ ବଜାରରେ ଥିବା ପୋଷ୍ଟ ଅଫିସ କମ୍ପ୍ୟୁଟର ୨୦ ଦିନରୁ ଊର୍ଦ୍ଧ୍ୱ ହେବ ଅଚଳ ରହିଛି। ଫଳରେ ପୋଷ୍ଟ ସମ୍ବନ୍ଧୀୟ ସେବା ଠପ୍‌ ହୋଇଯାଇଛି। ଲୋକେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଥିବା ବେଳେ ଅଞ୍ଚଳବାସୀ ଅଫିସ କାର୍ଯ୍ୟାଳୟକୁ ଯାଇ ବାରମ୍ବାର ପୋଷ୍ଟ ମାଷ୍ଟରଙ୍କୁ ଅବଗତ କରାଇଥିଲେ ସୁଦ୍ଧା କୌଣସି ସୁଫଳ ମିଳୁ ନ ଥିବା ସେମାନେ ଅଭିଯୋଗ କରିଛନ୍ତି। ଏ ନେଇ ପୋଷ୍ଟମାଷ୍ଟର ତାରିଣୀ ମହାନ୍ତି କହିଛନ୍ତି, ନୂଆ କମ୍ପ୍ୟୁଟର ଅଫିସକୁ ଆସିଯାଇଛି, ୨ ଦିନ ମଧ୍ୟରେ ସମସ୍ୟାର ସମାଧାନ ହୋଇଯିବ।