ବଡ଼ ଭାଇ ଜୋ’ଙ୍କ ହେବ ବିବାହ, ହେଲେ ଫ୍ରାନ୍ସରେ ରୋମାନ୍ସ କରୁଛନ୍ତି ପିସି-ନିକ୍‌

ମୁମ୍ବାଇ: ବିବାହ କରିବେ ହଲିଉଡ୍‌ ଗାୟକ ନିକ୍‌ ଜୋନାସଙ୍କ ବଡ଼ ଭାଇ ଜୋ’ ଜୋନାସ। ପୂର୍ବରୁ ଜୋ ପ୍ରେମିକା ସୋଫି ଟର୍ନରଙ୍କୁ ଗୁପ୍ତ ଭାବେ ବିବାହ କରିଥିଲେ ସୁଦ୍ଧା ପୁଣିଥରେ ପରମ୍ପରାନୁଯାୟୀ ବିବାହ କରିବେ। ଫ୍ରାନ୍ସରେ ଏହି ବିବାହ ଅନୁଷ୍ଠିତ ହେବ। ଏହି ବିବାହକୁ ନେଇ ପ୍ରିୟଙ୍କା ବ୍ୟସ୍ତ ରହୁଛନ୍ତି। ପରିବାର ସହ ବିବାହ ଉତ୍ସବର ପ୍ରସ୍ତୁତିକୁ ତଦାରଖ କରୁଛନ୍ତି। ଏସବୁ ମଧ୍ୟରେ ମଧ୍ୟ ସ୍ବାମୀ ନିକ୍‌ଙ୍କ ସହ କ୍ୱାଲିଟି ସମୟ ବିତାଇବାକୁ ପଛାଉନାହାନ୍ତି ପିସି। ଫ୍ରାନ୍ସ ରହଣୀ ସମୟର ଅନେକ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏଥିରେ ପିସି ନିକ୍‌ଙ୍କ ନିକଟତର ହେଉଥିବା ଦେଖାଯାଇଛି। ଶୁକ୍ରବାର ପିସି ପ୍ରଶଂସକଙ୍କ ପାଇଁ ନିଜର ଇନ୍‌ଷ୍ଟା ପୃଷ୍ଠାରେ ଏକ ସୁନ୍ଦର ଫଟୋ ଶେୟାର କରିଛନ୍ତି। ଫଟୋରେ ନିକ୍‌ ଓ ତାଙ୍କୁ ଦେଖିବାକୁ ମିଳୁଛି। ତେବେ କେବଳ ପିସି ନୁହନ୍ତି ନିକ୍‌ ମଧ୍ୟ ନିଜ ସୋସିଆଲ ଆକାଉଣ୍ଟରେ ପ୍ରିୟଙ୍କା ସହ ଡଙ୍ଗା ଚାଳନା ସମୟର ଏକ ଫଟୋ ଶେୟାର କରିଛନ୍ତି। ଏଣୁ ଅନେକେ ଲର୍ଭବର୍ଡଙ୍କୁ ବିବାହ କାର୍ଯ୍ୟକ୍ରମ ମଧ୍ୟରେ ଫୁରସତର କିଛି କ୍ଷଣ ମିଳିଯାଉଛି ବୋଲି କହୁଥିବା ଦେଖାଯାଉଛି।

Share