Categories: ଗଞ୍ଜାମ

ବଡ ନଦୀରୁ ମହିଳାଙ୍କ ମୃତ ଦେହ ଉଦ୍ଧାର

ଆସିକା,୧୯।୫(ଡି.ଏନ୍‌.ଏ.)- ଆସିକା କଳିଙ୍ଗା ରୋଡ ଡାକବଙ୍ଗଳା ସଂଲଗ୍ନ ବଡନଦୀର ବାଲୁକାଶଯ୍ୟାରୁ ରବିବାର ଅପରାହ୍ନ ପ୍ରାୟ ୩ଟାରେ ଜଣେ ମହିଳାଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି । ମୃତକ ଜଣକ ଆସିକା ଥାନା ପଥରା ନିକଟରେ ବସବାସ କରୁଥିବା ମୁଣ୍ଡପୋତା କେଳା ସମ୍ପ୍ରଦାୟର ଓ ତାଙ୍କ ନାମ ଗୋଲାପ ଗୌରୀ ଗିରି (୨୮) ବୋଲି ଜଣାପଡିଛି। ଗୋଲାପ ପରିବାରର ଅନ୍ୟ ସଦସ୍ୟଙ୍କ ସହ ବଡନଦୀ ପାରି ହେଉଥିଲା ବେଳେ ମୃତ୍ୟୁବରଣ କରିଥିବା କୁହାଯାଉଛି ା ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚତ୍ ମୃତଦେହ ଜବତ କରି ବ୍ୟବଛେଦ ଲାଗି ଆସିକା ସରକାରୀ ଡାକ୍ତରଖାନାକୁ ପଠାଇଛି। ମୃତକଙ୍କ ସହ ଥିବା ତାଙ୍କ ଶାଶୁ, ନଣନ୍ଦ ଓ ମୃତକଙ୍କ ୨ଶିଶୁଙ୍କୁ ପୋଲିସ ଥାନାକୁ ନେଇ ପଚରାଉଚରା କରୁଛି ା କେଉଁ ପରିସ୍ଥିତିରେ ତାଙ୍କର ମୃତ୍ୟୁ ହେଲା ତାହା ସ୍ପଷ୍ଟ ହୋଇନଥିଲା ବେଳେ ମୃତଦେହ ବ୍ୟବଛେଦ ପରେ ଏହା ଜଣାପଡିବ ବୋଲି ପୋଲିସ କହିଛି। ଘଟଣା ସମ୍ପର୍କରେ ଆସିକା ଥାନାରେ ନଂ.୧୩/୧୯ରେ ଏକ ଅପମୃତ୍ୟୁ ମାମଲା ହୋଇଛି।