ବଡ ପରଦାରେ ରୋମାନ୍ସ କରିପାରନ୍ତି ଅନୁଷ୍କା-ହ୍ରିତିକ

ମୁମ୍ବାଇ: ବଲିଉଡ୍‌ କୁଇନ୍‌ ଅନୁଷ୍କା ଶର୍ମା ବେଶ୍‌ କିଛିଦିନ ହେବ ବଡ ପରଦାଠାରୁ ଦୂରରେ ଥିବା ବେଳେ ଏବେ ପୁଣିଥରେ ସେ ଫେରିବେ ବୋଲି ଶୁଣିବାକୁ ମିଳୁଛି। ବଲିଉଡ୍‌ରେ ଏବେ ରିମେକର ଜମାନା ଚାଲିଥିବା ବେଳେ ୧୯୮୨ରେ ଅମିତାଭ ବଚ୍ଚନଙ୍କ ଫିଲ୍ମ ‘ସତ୍ତେ ପେ ସତ୍ତା’ର ରିମେକ ହେବ ବୋଲି କୁହାଯାଉଛି। ରୋହିତ ସେଟ୍ଟି ଓ ଫରହାନ ଅଖତରଙ୍କ ଏହି ଫିଲ୍ମରେ ଅମିତାଭଙ୍କ ଚରିତ୍ରରେ ହ୍ରିତିକ ରୋଶନ ଦେଖାଯିବେ ବୋଲି କୁହାଯାଉଛି। ହେଲେ ଫିଲ୍ମର ନାୟିକାଙ୍କୁ ନେଇ ଏବେବି ସସ୍‌ପେନ୍ସ ଲାଗି ରହିଛି। କିନ୍ତୁ ନିକଟରେ କିଛି ଗଣମାଧ୍ୟମର ସୂଚନା ଅନୁଯାୟୀ ଏବେ କୁଆଡେ ଏହି ଫିଲ୍ମର ନାୟିକା ପାଇଁ ଅନୁଷ୍କା ଶର୍ମାଙ୍କ ନାଁରେ ମୋହର ଲାଗି ସାରିଛି। ଯଦି ଏହା ଠିକ୍‌ ତେବେ ପ୍ରଥମ ଥର ଲାଗି ହ୍ରିତିକ ଓ ଅନୁଷ୍କା ବଡ ପରଦାରେ ରୋମାନ୍ସ କରିବା ଦେଖିବାକୁ ମିଳିବ। ଆଉ ଏହା ଜାଣିବା ପରେ ତାଙ୍କ ଫ୍ୟାନମାନେ ବଡ ଉତ୍କଣ୍ଠାର ସହ ଫିଲ୍ମକୁ ଅପେକ୍ଷା ରଖିଛନ୍ତି।

Share