Categories: ଖେଳ

ବଡ ଭାଇ ପରେ ସାନ ଭାଇଙ୍କ ଜଲଓ୍ବା, ୪ ଓଭରରେ ୫ ରନ ଦେଇ ନେଲେ ୩ଟି ଉଇକେଟ୍‌

ସୁରତ,୨୬।୧୧: କିଛି ଦିନ ପୂର୍ବରୁ ବାଂଲାଦେଶ ବିପକ୍ଷ ଟି-୨୦ରେ ହ୍ୟାଟ୍ରିକ୍‌ ନେଇ ଚର୍ଚ୍ଚାର ପରିସରକୁ ଆସିଥିଲେ ଦୀପକ ଚହର। ଦୀପକଙ୍କ ପରେ ଏବେ ତାଙ୍କ ସାନ ଭାଇ ରାହୁଲ ଚହର ମଧ୍ୟ ବୋଲିଂରେ ଜଲଓ୍ବା ଦେଖାଇଛନ୍ତି। ସୟଦ ମୁସ୍ତାକ ଅଲୀ ଟୁର୍ନାମେଣ୍ଟରେ ରାଜସ୍ଥାନ ପକ୍ଷରୁ ଖେଲୁଥିବା ରାହୁଲ ମହାରାଷ୍ଟ୍ର ବିପକ୍ଷରେ ୪ ଓଭରରେ ମାତ୍ର ୫ ରନ୍‌ ଦେଇ ୩ଟି ଉଇକେଟ୍‌ ନେଇଛନ୍ତି। ଦୀପକ ମଧ୍ୟ ଏହି ମ୍ୟାଚରେ ଖେଳୁଥିଲେ। ସେ ୨୫ ରନ୍‌ ଦେଇ ଗୋଟିଏ ଉଇକେଟ୍‌ ହାସଲ କରିଥିଲେ। ୨୦ ବର୍ଷୀୟ ରାହୁଲ ଚଳିତବର୍ଷ ଅଗଷ୍ଟରେ ଓ୍ବେଷ୍ଟଇଣ୍ଡିଜ୍‌ ବିପକ୍ଷ ଟି-୨୦ ମ୍ୟାଚରେ ଭାରତ ପକ୍ଷରୁ ଅନ୍ତର୍ଜାତୀୟ କ୍ୟାରିୟର ଆରମ୍ଭ କରିଥିଲେ। ଡେବ୍ୟୁ ମ୍ୟାଚ୍‌ରେ ସେ ଖାସ୍‌ ପ୍ରଦର୍ଶନ କରିପାରି ନ ଥିଲେ। ଏହି ମ୍ୟାଚରେ ୩ ଓଭର ବୋଲିଂ କରି ୨୭ ରନ୍‌ ଦେଇ ଗୋଟିଏ ଉଇକେଟ୍‌ ନେଇଥିଲେ।

Share