ବଢ଼ିଲା ଆୟକର ରିଟର୍ନ ଅବଧି: ବିଦ୍ୟୁତ ବିତରଣ କମ୍ପାନୀକୁ ୯୦ହଜାର କୋଟି ଟଙ୍କା ସହାୟତା

ନୂଆଦିଲ୍ଲୀ,୧୩।୫: କରୋନା ମହାମାରୀ ମୁକାବିଲା କରୁଥିବା ଭାରତ ଅର୍ଥନୀତିକୁ ସୁଦୃଢ଼ ଏବଂ ଦେଶବାସୀଙ୍କୁ ଆତ୍ମନିର୍ଭରଶୀଳ କରିବା ପାଇଁ କେନ୍ଦ୍ର ସରକାର ଅଣ୍ଟା ଭିଡ଼ିଛନ୍ତି। ଏନେଇ ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ଆତ୍ମନିର୍ଭର ଭାରତ ମିଶନ’ ଅଭିଯାନରେ ୨୦ଲକ୍ଷ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଥିଲେ। ବୁଧବାର କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହି ପ୍ୟାକେଜର ସବିଶେଷ ତଥ୍ୟ ପ୍ରଦାନ କରିଛନ୍ତି। ଉକ୍ତ ଆର୍ଥିକ ପ୍ୟାକେଜ ଦ୍ୱାରା ସବୁବର୍ଗର ଜନତାଙ୍କୁ ଆତ୍ମନିର୍ଭରଶୀଳ କରିବା ଏହାର ଲକ୍ଷ୍ୟ। ଇତିମଧ୍ୟରେ ସରକାର ଟିକସଦାତାଙ୍କୁ ଆଶ୍ୱସ୍ତିକର ପ୍ରଦାନ କରିଛନ୍ତି। ଇନକମ୍‌ ଟ୍ୟାକ୍ସ ରିଟର୍ନ ଫାଇଲିଂର ତାରିଖକୁ ଘୁଞ୍ଚାଇ ଦିଆଯାଇଛି। ଏହାକୁ ନଭେମ୍ବର ୩୦କୁ ବୃଦ୍ଧି କରାଯାଇଛି ବୋଲି ସୀତାରମଣ ସୂଚନା ଦେଇଛନ୍ତି। ସେହିଭଳି ବିଦ୍ୟୁତ ବିତରଣ କମ୍ପାନୀ ଏହି କରୋନା ଯୋଗୁ ବହୁ ଅସୁବିଧାର ସମ୍ମୁଖୀନ ହୋଇଥିବାରୁ ସରକାରଙ୍କ ପକ୍ଷରୁ ୯୦ହଜାର କୋଟି ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଛି। ଏହି ଅର୍ଥକୁ ନେଇ କମ୍ପାନୀମାନେ ନିଜର ବକେୟା ଅର୍ଥକୁ ସୁଝିପାରିବେ। ତେବେ ରାଜ୍ୟସରକାରଙ୍କ ଗ୍ୟାରେଣ୍ଟର କମ୍ପାନୀକୁ ହିଁ ଏହି ଅର୍ଥ ଦିଆଯିବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି।

Share