ବଢ଼ିଲା କରୋନା କଟକଣା: ଘର ବ୍ୟତୀତ ଅନ୍ୟ କୌଣସି ସ୍ଥାନରେ ୭ରୁ ଅଧିକ ବ୍ୟକ୍ତି ଏକତ୍ରିତ ହେବା ମନା

ଭୁବନେଶ୍ୱର,୨୦।୩(ବ୍ୟୁରୋ): କରୋନା ଭୂତାଣୁ ସଂକ୍ରମଣ ସହ ମୁକାବିଲା ଗୋଟିଏ କିମ୍ବା ଦୁଇ ଦିନର ନୁହେଁ ଏହା ୬ ମାସର ଯୁଦ୍ଧ। ଆହୁରି ୧୭୩ ଦିନ ଏହା ଜାରି ରହିବ। ଏଣୁ ଶୁକ୍ରବାରଠାରୁ ସ୍ଥିତିରେ ପରିବର୍ତ୍ତନ ନ ହେବା ଯାଏ ଘର ବ୍ୟତିତ ଅନ୍ୟ କୌଣସି ସର୍ବସାଧାରଣସ୍ଥାନରେ ୭ଜଣଙ୍କଠାରୁ ଅଧିକ ବ୍ୟକ୍ତି ଏକତ୍ରିତ ହୋଇପାରିବେ ନାହିଁ ବୋଲି ଶୁକ୍ରବାର ଗୀତଗୋବିନ୍ଦ ସଦନରେ ଆୟୋଜିତ ଖବରଦାତା ସମ୍ମିଳନୀରେ ରାଜ୍ୟ ସରକାରଙ୍କ କରୋନା ଭୂତାଣୁ ସଂକ୍ରମଣ ସଚେତନତା କମିଟି ମୁଖ୍ୟ ପ୍ରବକ୍ତା ସୁବ୍ରତୋ ବାଗ୍‌ଚୀ ସୂଚନା ଦେଇ କହିଛନ୍ତି।

Share