ବଢ଼ିଲା କ୍ୱାରାଣ୍ଟାଇନ୍‌ ଅବଧି: ଏଣିକି ୧୪ ଦିନ ପରିବର୍ତ୍ତେ ୨୮ ଦିନ ରହିବେ ଲୋକେ

ଭୁବନେଶ୍ୱର,୮।୫(ବ୍ୟୁରୋ): ଦିନକୁ ଦିନ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ବାହାରୁ ରାଜ୍ୟକୁ ଫେରୁଥିବା ପ୍ରବାସୀଙ୍କ ସଂଖ୍ୟା ବଢ଼ୁଥିବାରୁ ପଜିଟିଭ୍‌ ସଂଖ୍ୟା ଆହୁରୀ ବଢ଼ିବା ଆଶଙ୍କା କରାଯାଉଛି। ସେମାନେ ଫେରିବା ପରେ କ୍ୱାରାଣ୍ଟାଇନ୍‌ ବ୍ୟବସ୍ଥା କରାଯାଇଛି। ହେଲେ କିଛି ଲୋକଙ୍କ ଦେହରେ ଲକ୍ଷଣ ଡେରିରେ ପ୍ରକାଶ ପାଉଥିବାରୁ ରାଜ୍ୟ ସରକାରଙ୍କ ପକ୍ଷରୁ ଶୁକ୍ରବାର କ୍ୱାରାଣ୍ଟାଇନ୍‌ ଅବଧିକୁ ବଢ଼ାଇଛନ୍ତି। ପୂର୍ବରୁ ଲୋକେ ୧୪ ଦିନ ରହୁଥିବା ବେଳେ ଏବେ ସେମାନେ ୨୮ ଦିନିଆ କ୍ୱାରାଣ୍ଟାଇନ୍‌ରେ ରହିବେ। ସେଥିରୁ ୨୧ଦିନ ସରକାରୀ କ୍ୱାରାଣ୍ଟାଇନ୍‌ରେ ଏବଂ ୭ ଦିନ ହୋମ୍‌ କ୍ୱାରାଣ୍ଟାଇନ୍‌ରେ ରହିପାରିବେ ବୋଲି ଗୀତଗୋବିନ୍ଦ ସଦନରେ ଆୟୋଜିତ ଖବରଦାତା ସମ୍ମିଳନୀରେ ରାଜ୍ୟ ସରକାରଙ୍କ ପ୍ରମୁଖ ମୁଖପାତ୍ର ସୁବ୍ରତୋ ବାଗ୍‌ଚୀ ସୂଚନା ଦେଇ କହିଛନ୍ତି।

Share