ନୂଆଦିଲ୍ଲୀ,୨୬।୮: ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି. ଚିଦାମ୍ବରମଙ୍କୁ ସିବିଆଇ କୋର୍ଟ ପକ୍ଷରୁ ଲାଗିଛି ଝଟ୍କା। ସିବିଆଇ କୋର୍ଟ ତାଙ୍କ ରିମାଣ୍ଡ ଅବଧିକୁ ଆଉ ୪ ଦିନ ଅର୍ଥାତ୍ ଅଗଷ୍ଟ ୩୦କୁ ବଢ଼ାଇ ଦେଇଛନ୍ତି। ତେଣୁ ଆସନ୍ତା ୩୦ରେ ସେ କୋର୍ଟରେ ହାଜର ହେବେ । ସୂଚନାଯୋଗ୍ୟ, ୪୮ଘଣ୍ଟାରେ ତାଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରାଯିବ। ଏଥିସହ ତାଙ୍କ ଓକିଲ ଓ ପରିବାର ସଦସ୍ୟ ପ୍ରତିଦିନ ତାଙ୍କ ସହ ଅଧଘଣ୍ଟା ପାଇଁ ସାକ୍ଷାତ କରିପାରିବେ।