ବଢ଼ିଲା ଝୁଲା ବ୍ରିଜ୍‌ର ସୁରକ୍ଷା ଚିନ୍ତା

ବାଲିଗୁଡ଼ା,୨୪।୧୧(ଡି.ଏନ.ଏ): ବାଲିଗୁଡା ଆଦିବାସୀ ଉନ୍ନୟନ ବିଭାଗ ପକ୍ଷରୁ ବୁଡୃକିଆ ପଞ୍ଚାୟତ ଓ କୁଟିକିଆ ପଞ୍ଚାୟତକୁ ଯାତାୟତ ନିମନ୍ତେ ଚିରସ୍ରୋତା ଖଡ୍‌ଗ ନଦୀ ପଡେ। ସେହି ନଦୀ ଉପରେ ବାଲିଗୁଡା ଆଦିବାସୀ ଉନ୍ନୟନ ବିଭାଗ ପକ୍ଷରୁ ଏକ ଝୁଲାବ୍ରିଜ୍‌ ୨୦୧୧ରେ ନିର୍ମାଣ କରାଯାଇ ଉଭୟ ପଞ୍ଚାୟତର ବିଭିନ୍ନ ଗ୍ରାମ ଓ ବାଲିଗୁଡାକୁ ଯାତାୟାତ କରିବା ପାଇଁ ସୁବିଧା କରାଯାଇଥିଲା। ଦୀର୍ଘଦିନ ହେବ ଉକ୍ତ ବ୍ରିଜର ରକ୍ଷଣାବେକ୍ଷଣ ନ ହେବା, ଉପକରଣ ନଷ୍ଟ ଓ ଖୋଲିକି କେହି ନେଇଯାଉଥିବାରୁ ଲୋକଙ୍କ ଯାତାୟତ ବେଳେ କୌଣସି ଅଘଟଣ ଆଶଙ୍କା କରି ତାହାର ତଦାରଖ କରାଯାଇଛି। ଦୁଇଜଣିଆ ଟେକ୍ନିିସିଆନ ଟିମ ସହ ଆଇଟିଡିଏ ପ୍ରକଳ୍ପ ଅଧିକାରୀ, କନିଷ୍ଠ ଯନ୍ତ୍ରୀ ଝୁଲା ବ୍ରିଜର ସୁରକ୍ଷା ନେଇ ତଦାରଖ କରିଥିଲେ। ବ୍ରିଜ ସମ୍ପୂର୍ଣ୍ଣ ସୁରକ୍ଷିତ ନ ଥିବାରୁ ଭାରିଯାନ ଯାତାୟାତ ଉପରେ ରୋକ ଲଗାଯାଇଥିବା ବେଳେ ବାଇକ ଭଳି ଯାନ ଯିବା ଆସିବା ନେଇ ବ୍ୟବସ୍ଥା ହୋଇଛି। ଏହାର ତୁରନ୍ତ ମରାମତି କରାଯିବା ନେଇ ବିଭାଗ ତତ୍ପର ଥିବା ପ୍ରକଳ୍ପ ଅଧିକାରୀ ମଧୂସୁଦନ ବେହେରା ପ୍ରକାଶ କରିଛନ୍ତି।

Share