ବଢ଼ିଲା ପାରଦ: ୩ ଜିଲାରେ ତାପମାତ୍ରା ୪୦ ଡିଗ୍ରୀ ଉପରେ, ବର୍ଷାପବନକୁ ନେଇ ୮ଜିଲାକୁ ୟେଲୋ ଓ୍ବାର୍ଣ୍ଣିଂ

ଭୁବନେଶ୍ୱର,୨।୪(ବ୍ୟୁରୋ): ରାଜ୍ୟରେ ତାପମାତ୍ରା ବୃଦ୍ଧି ପାଇଛି। ଗୁରୁବାର ରାଜ୍ୟର ୩ଟି ଜିଲାର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି। ଟିଟଲାଗଡ଼ରେ ତାପମାତ୍ରା ୪୦.୫ ଡିଗ୍ରୀ, ମାଲକାନଗିରି ୪୦.୨ ଡିଗ୍ରୀ, ବଲାଙ୍ଗୀର ୪୦ ଡିଗ୍ରୀ ରହିଥିଲା। ସେହିଭଳି କଟକ ଏବଂ ବୌଦ୍ଧରେ ୩୯.୫ଂ, ଭୁବନେଶ୍ୱର ଏବଂ ପାରଳାଖେମୁଣ୍ଡିରେ ୩୯.୨ଂ ରେକର୍ଡ କରାଯାଇଛି। ଅପରପକ୍ଷେ କେନ୍ଦୁଝର, ମୟୂରଭଞ୍ଜ, ଅନୁଗୋଳ, ଢେଙ୍କାନାଳ, କନ୍ଧମାଳ, କଳାହାଣ୍ଡି, ରାୟଗଡ଼ା , କୋରାପୁଟ ଆଦି ଜିଲାରେ ବର୍ଷା ହେବାର ସମ୍ଭାବନା ରହିଛି। ଏଥିସହ ୩୦ରୁ ୪୦ କିମି ବେଗରେ ପବନ ବହିପାରେ। ଏହାକୁ ଦୃଷ୍ଟିରେ ରଖି ୮ ଜିଲା କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, କଟକ, କନ୍ଧମାଳ ଯାଜପୁରକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି।

Share