ବଢ଼ିଲା ସ୍ବତନ୍ତ୍ର ଓଜେଇଇ ଆବେଦନ ଅବଧି

ଭୁବନେଶ୍ୱର, ୧୫।୬(ବ୍ୟୁରୋ)- ସ୍ବତନ୍ତ୍ର ଓଜେଇଇ ପାଇଁ ଅନ୍‌ଲାଇନ୍‌ ଆବେଦନ ଓ ଫି’ ଦାଖଲ ଅବଧି ବୃଦ୍ଧି କରାଯାଇଛି। କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ବି. ଟେକ୍‌ ସ୍ବତନ୍ତ୍ର ଓଜେଇଇ ପାଇଁ ଅନ୍‌ଲାଇନ୍‌ ଆବେଦନ ଦାଖଲର ଶେଷ ତାରିଖ ଜୁନ୍‌ ୩୦କୁ ବୃଦ୍ଧି ହୋଇଛି। ସେହିଭଳି ଅନ୍‌ଲାଇନ୍‌ରେ ଫି’ ଦାଖଲର ଶେଷ ତାରିଖ ଜୁଲାଇ ୫ ରହିଛି। ଅନ୍‌ଲାଇନ୍‌ ଆବେଦନ ପ୍ରକ୍ରିୟା ଶେଷ ହେବା ପରେ ପରୀକ୍ଷା ତାରିଖ ଓ ଆଡ୍‌ମିଟ୍‌ କାର୍ଡ ସମ୍ପର୍କରେ ନିର୍ଦ୍ଦିଷ୍ଟ ସମୟରେ ଜଣାଇ ଦିଆଯିବ ବୋଲି ଓଜେଇଇ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

Share