Categories: ଜାତୀୟ

ବଢ଼ୁଛି କଂଗ୍ରେସ କନ୍ଦଳ: ଆଜି ସୋନିଆଙ୍କୁ ଭେଟିବେ ଗୁଲାମନବୀ

ନୂଆଦିଲ୍ଲୀ,୧୭।୩: ୫ଟି ରାଜ୍ୟ ବିଧାନସଭା ନିର୍ବାଚନରେ କଂଗ୍ରେସର ନୈରାଶ୍ୟଜନକ ପ୍ରଦର୍ଶନ ପରେ ଜି-୨୩ ଦଳୀୟ ନେତୃତ୍ୱ ସମ୍ପୂର୍ଣ୍ଣ ପରିବର୍ତ୍ତନ ଦାବିକୁ ଜୋର୍‌ଦାର କରିଛିି। ଗୁରୁବାର ସନ୍ଧ୍ୟାରେ କଂଗ୍ରେସର ବରିଷ୍ଠ ନେତା ତଥା ଜି-୨୩ ସଦସ୍ୟ ଗୁଲାମନବୀ ଆଜାଦଙ୍କ ବାସଭବନରେ ଏକ ବୈଠକ ଆୟୋଜିତ ହୋଇଥିଲା। ଏଥିରେ ଅସନ୍ତୁଷ୍ଟ ନେତାମାନେ ଯୋଗଦେଇ ୨୦୨୪ ଲୋକ ସଭା ନିର୍ବାଚନ, ଦଳର ସଂଗଠନ ଓ ନେତୃତ୍ୱ ପରିବର୍ତ୍ତନ ଉପରେ ଆଲୋଚନା କରିଥିଲେ। ଇତିମଧ୍ୟରେ ଶୁକ୍ରବାର ଗୁଲାମନବୀ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଭେଟିପାରନ୍ତି। ସେ କଂଗ୍ରେସକୁ ସଜାଡ଼ିବା ଲାଗି ବିଭିନ୍ନ ପ୍ରସ୍ତାବ ସମ୍ପର୍କରେ ସୋନିଆଙ୍କ ସହ ଆଲୋଚନା କରିବେ। ନିର୍ବାଚନ ପରାଜୟ ପରେ କଂଗ୍ରେସ କାର୍ଯ୍ୟକାରୀ କମିଟି (ସିଡବ୍ଲ୍ୟୁସି) ବୈଠକରେ ସୋନିଆ ଇସ୍ତଫା ପ୍ରସ୍ତାବ ଦେଇଥିଲେ। ତେବେ ଏହାକୁ ଦଳୀୟ ନେତାମାନେ ଖାରଜ କରିଦେବା ସହ ସୋନିଆଙ୍କ ଉପରେ ଆସ୍ଥା ପ୍ରକଟ କରିଥିଲେ।

Share