ବଢ଼ୁଛି କରୋନା କଷଣ

ନୂଆଦିଲ୍ଲୀ, ୧୦।୫: ଦେଶରେ ଭୟଙ୍କର ସ୍ଥିତିରେ କରୋନା। ଶନିବାର ସୁଦ୍ଧା ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୬୨, ୫୪୭କୁ ବୃଦ୍ଧି ପାଇଥିବା ବେଳେ ୨,୦୯୨ ଜଣଙ୍କ ମୃତ୍ୟୁ ଘଟିଛି। ୨୪ ଘଣ୍ଟାରେ ୧୦୬ ଜୀବନ ଯାଇଥିବା ବେଳେ ଆକ୍ରାନ୍ତ ହୋଇଛନ୍ତି ୨,୬୬୦ ଜଣ। ଶନିବାର ମହାରାଷ୍ଟ୍ରରେ ୧,୧୬୦ ନୂଆ ମାମଲା ସାମ୍ନାକୁ ଆସିଥିବା ବେଳେ ୪୮ ଜଣ ପ୍ରାଣ ହରାଇଛନ୍ତି। ଏହି ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨୦,୨୨୮ରେ ପହଞ୍ଚିଛି। ଏଠାରେ ମୃତ୍ୟୁସଂଖ୍ୟା ୭୭୯କୁ ବୃଦ୍ଧି ପାଇଛି। ଗୁଜରାଟରେ ୭,୭୯୭ ସଂକ୍ରମିତ ଥିବାବେଳେ ୪୭୨ ଜଣ ପ୍ରାଣ ହରାଇଲେଣି। ଗୋଟିଏ ଦିନରେ ଏଠାରେ ୨୩ ଜଣଙ୍କ ଜୀବନ ଯାଇଥିବାବେଳେ ୩୨୮ ନୂଆ ମାମଲା ସାମ୍ନାକୁ ଆସିଛି। ଦିଲ୍ଲୀ ଓ ତାମିଲନାଡ଼ୁରେ ୫,୫୦୦ରୁ ଊର୍ଦ୍ଧ୍ୱ ସଂକ୍ରମିତ ଥିବା ବେଳେ ମୃତକଙ୍କ ସଂଖ୍ୟା ଯଥାକ୍ରମେ ୬୮ ଓ ୪୪କୁ ବୃଦ୍ଧିପାଇଛି। ଦିନକୁ ୯୫ ହଜାର କୋଭିଡ୍‌ ପରୀକ୍ଷା କରାଯାଉଥିବା ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ କହିଛନ୍ତି।

Share