Advertisement

ବଢ଼ୁଛି ବାର୍‌ହା ଶିକାର: ମାଂସ ଜବତ, ୭ ଗିରଫ

ହେମଗିର, ୩।୧୨ (ଡି.ଏନ.ଏ)- ଦିନକୁ ଦିନ ହେମଗିର ଜଙ୍ଗଲର ବାର୍‌ହା ଶିକାର ବୃଦ୍ଧି ପାଉଥିବାର ଦେଖାଯାଉଛି। ବନ ବିଭାଗ ଶିକାରୀମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିବା ସତ୍ତ୍ବେ ମଧ୍ୟ ବାର୍‌ହା ଶିକାର କରିବା କମୁ ନାହିଁ। ମାସେ ଭିତରେ ଅନେକ ଶିକାରୀ ଗିରଫ ହୋଇଥିବା ବେଳେ ଗତ ରବିବାର ହେମଗିର ରେଞ୍ଜ ଗର୍ଜନ ପାହାଡ ସଂରକ୍ଷିତ ଜଙ୍ଗଲରୁ ଜଣଙ୍କୁ ବନ ବିଭାଗ ଧରି କୋର୍ଟ ଚାଲାଣ କରିଛି। ରବିବାର ପୂର୍ବାହ୍ନ ପ୍ରାୟ ୧୧ଟାରେ ବନବିଭାଗ ବାର୍‌ହା ଶିକାର ଖବର ପାଇ ଅତର୍କିତ ଭାବେ ଚଢ଼ାଉ କରିଥିଲେ। ଚଢ଼ାଉ ସମୟରେ ଓସ୍ତାଳି ଗ୍ରାମର ସୁନୀଲ ଧୁସୁରା (୪୩), ଲିଲାଧର ଗନ୍ଧର୍ବ (୨୪), ବାବୁଲୁ ରାଉତ (୨୪), ସୁକାନ୍ତ ଦେୱାନ (୪୩), ବେଦ ଝରିଆ (୩୫), ବୃନ୍ଦାବନ ରାଉତ (୪୮), ପୁରୁଷୋତ୍ତମ ରାଉତ (୨୦)ଙ୍କୁ ଧରିଥିଲେ। ଏହା ସହ ୩୦ କିଲୋଗ୍ରାମ ମାଂସ, ଟାଙ୍ଗିଆ, କଟୁରୀ,ପନଖି, ତାର ପ୍ରଭୃତି ଜବତ କରିଛି। ଏମାନେ ୩୦ ତାରିଖ ରାତିରେ ସଂରକ୍ଷିତ ଜଙ୍ଗଲରେ ଯୋଜନାବଦ୍ଧ ଭାବେ ବିଦ୍ୟୁତ ତାର ବିଛାଇ ଗୋଟାଏ ବାର୍‌ହା ଶୀକାର କରିଥିଲେ। ଏମାନଙ୍କୁ ଗିରଫ କରିବା ପରେ ବନ ବିଭାଗ ପକ୍ଷରୁ କେଶ ନଂ. ଓଆର୍‌ ୧୨୬ ରୁଜୁ କରି କୋର୍ଟ ଚାଲାଣ କରାଯାଇଛି। ହେଲେ ଏଠି ପ୍ରଶ୍ନ ଉଠୁଛି ବନବିଭାଗର କାର୍ଯ୍ୟାନୁଷ୍ଠାନ ପରେ ମଧ୍ୟ ଅଭିଯୁକ୍ତ ସରକାରୀ ନିୟମ ପ୍ରତି ଭୟ କରୁନାହାନ୍ତି। ଫଳରେ ପଶୁ ଶୀକାର ଅହେତୁକ ଭାବେ ବୃଦ୍ଧି ହେଉଛି। ସରକାର ଏ ଦିଗରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଜନସାଧାରଣ ଦାବି କରୁଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share