ବଢ଼ୁଛି ବୈତରଣୀ

ଭଣ୍ଡାରିପୋଖରୀ, ୨୫।୧୦(ଡି.ଏନ୍‌.ଏ.): ଦୁଇ ଦିନ ଧରି ଲଘୁଚାପ ଜନିତ ଲଗାଣ ବର୍ଷା ଲାଗି ରହିଥିବା ଯୋଗୁ ବୈତରଣୀ ନଦୀର ଜଳସ୍ତର ବଢିବା ଆରମ୍ଭ କରିଛି। ଆଖୁଆପଦାଠାରେ ନଦୀର ଜଳସ୍ତର ଶୁକ୍ରବାର ସକାଳ ୮ ଟାରୁ ବୃଦ୍ଧି ପାଇବା ଆରମ୍ଭ କରିଥିଲା। ଜଳସ୍ତର ୮ଟାରେ୧୬.୮୩ ମିଟର,୯ଟା ରେ ୧୬.୯୩ ମିଟର, ୧୦ଟାରେ ୧୭.୧୫ମିଟର, ୧୧ଟାରେ ୧୭.୨୬ମିଟର, ୧୨ଟାରେ ୧୭.୩୬ ମିଟରରେ ପ୍ରବାହିତ ହେଉଛି। ଆଖୁଆପଦା ଆନିକଟ ଠାରେ ବିପଦ ସଂକେତ ୧୭.୮୩ ମିଟର ରହିଛି। ବୈତରଣୀ ନଦୀ ଉପର ମୁଣ୍ଡ ରେ ହୋଇଥିବା ବର୍ଷା ରେକର୍ଡ ଅନୁଯାୟୀ ଆଖୁଆପଦାଠାରେ୯୬.୨ ମିମି, ଆନନ୍ଦପୁରଠାରେ୫୫.୬ମିମି, ସୋମପାଟଣାଠାରେ୪୫.୪ ମିମି, କେନ୍ଦୁଝରଠାରେ୪୧.୪ମିମି, ଠାକୁରମୁଣ୍ଡାଠାରେ୩୫.୨ ମିମି, ଚମ୍ପୁଆଠାରେ୫୨.୬ ମିମି ବର୍ଷା ରେକର୍ଡ କରାଯାଇଛି।

Share