ବଢ଼ୁଛି ହୀରାକୁଦ ଜଳସ୍ତର, ବୁଧବାର ନିଷ୍କାସନ

ଭୁବନେଶ୍ୱର, ୧୩।୮(ବ୍ୟୁରୋ): ୨ ଦିନ ଧରି ଲଗାଣ ବର୍ଷା କାରଣରୁ
ହୀରାକୁଦ ଜଳସ୍ତର ବଢ଼ିବାରେ ଲାଗିଛି। ହୀରାକୁଦ ଡ୍ୟାମ୍‌କୁ ବନ୍ୟା ଜଳ ଅଧିକ ମାତ୍ରାରେ ପ୍ରବେଶ କରୁଛି। ତେଣୁ ବୁଧବାର ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସିତ ହେବ। ହୀରାକୁଦ ଜଳଭଣ୍ଡାରର ଜଳ ଧାରଣ କ୍ଷମତା ୬୩୦ ଫୁଟ ରହିଥିବା ବେଳେ ଏବେ ଜଳସ୍ତର ୬୧୬.୮୭ ଘନଫୁଟ ରହିଛି। ଡ୍ୟାମ୍‌କୁ ପ୍ରତି ସେକେଣ୍ଡରେ ୧,୧୨,୨୦୧ ଘନଫୁଟ ଜଳ ପ୍ରବେଶ କରୁଥିବା ବେଳେ ୧୬,୮୬୫ ଘଟଫୁଟ ଜଳ ନିଷ୍କାସିତ ହେଉଛି।

Share