ବଢ଼ୁଛି ହୀରାକୁଦ ଜଳସ୍ତର

ଭୁବନେଶ୍ୱର, ୧୨।୮(ବ୍ୟୁରୋ): ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ଆଉ ଏକ ଲଘୁଚାପ ପ୍ରଭାବରେ ରାଜ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା ଲାଗିରହିଛି। ଲଗାଣ ବର୍ଷା କାରଣରୁ ହୀରାକୁଦ ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ଜଳଭଣ୍ଡାରରେ ଜଳସ୍ତର ବୃଦ୍ଧି ପାଉଛି। ଡ୍ୟାମ୍‌ର ଜଳଧାରଣ କ୍ଷମତା ୬୩୦ ଫୁଟ ଥିବାବେଳେ ସୋମବାର ଦିନ ୧୨ଟା ସୁଦ୍ଧା ଏହାର ଜଳସ୍ତର ୬୧୫.୬୫ ଫୁଟ୍‌ରେ ପହଞ୍ଚିଛି। ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ୮୦,୭୫୨ ଘନଫୁଟ ଜଳ ପ୍ରବେଶ କରୁଥିବା ବେଳେ ପ୍ରତି ସେେଣ୍ଡେରେ ୧୮,୭୮୪ ଘନଫୁଟ ଜଳ ନିଷ୍କାସିତ ହେଉଛି। ଆସନ୍ତା ୧୪ ତାରିଖରେ ଡ୍ୟାମର ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯିବା ପାଇଁ ଗେଟ ଖୋଲାଯିବ ବୋଲି ନିଷ୍ପତ୍ତି ନିଆଯାଇଛି।

Share