ଭୁବନେଶ୍ୱର,୨୭।୫(ବ୍ୟୁରୋ)-ରାଜ୍ୟରେ ଆସନ୍ତା କାଲିଠାରୁ ଗଡିବ ଘରୋଇ ବସ। ବସ୍। ଏ ନେଇ ଘରୋଇ ବସ ମାଲିକ ସଂଘ ସାଧାରଣ ବୈଠକରେ ନିଷ୍ପତି ହୋଇଛି। ହେଲେ ବସ ଭଡା ବଢି ନାହିଁ ବୋଲି ବୁଧବାର ରାଜ୍ୟ ପରିବହନ କର୍ତ୍ତୃପକ୍ଷ ଘୋଷଣା କରିଛନ୍ତି। ମାର୍ଚ୍ଚ ୨୧ରେ ଲାଗୁ ହୋଇଥିବା ସଂଶୋଧିତ ଭଡା ଏବେ ବଳବତ୍ତର ରହିଥିବା ଟୁଇଟ ଯୋଗେ ସ୍ପଷ୍ଟ କରିଛି ଏସଟିଏ। ଏଥିସହ ବରମୁଣ୍ଡା ବସଷ୍ଟାଣ୍ଡରୁ କେଉଁ ସହରକୁ ଗଲେ କେତେ ଟଙ୍କା ଦେବାକୁ ପଡ଼ିବ ସେ ନେଇ ଏସଟିଏ ଓଡିଶା ଟୁଇଟର ହ୍ୟାଣ୍ଡେଲରେ ସମ୍ପୂର୍ଣ୍ଣ ତଥ୍ୟ ରହିଥିବା ପରିବହନ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।