Categories: ଜାତୀୟ

ବଢିଲା ଚିଦାମ୍ବରମଙ୍କ ରିମାଣ୍ଡ ଅବଧି

ନୂଆଦିଲ୍ଲୀ,୩୦।୮: ଆସନ୍ତା ସେପ୍ଟେମ୍ବର ୨ ପର୍ଯ୍ୟନ୍ତ ବଢିଲା ଚିଦାମ୍ବରମଙ୍କ ରିମାଣ୍ଡ ଅବଧି। ଆଇଏନ୍‌ଏକ୍ସ ମିଡିଆ ମାମଲାରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି. ଚିଦାମ୍ବରମ ଶୁକ୍ରବାର ଦିଲ୍ଲୀର ରାଉଜ ଏଭେନ୍ୟୁ କୋର୍ଟରେ ହାଜର ହୋଇଥିଲେ। ଏହି ସମୟରେ ସିବିଆଇ ଚିଦାମ୍ବରମଙ୍କୁ ଆଉ ୫ ଦିନ ରିମାଣ୍ଡରେ ନେବାକୁ ଅନୁରୋଧ କରିଥିଲା। ସୂଚନାଯୋଗ୍ୟ, ଆଇଏନ୍‌ଏକ୍ସ ମିଡିଆ ମାମଲାରେ ଚିଦାମ୍ବରମ ସେପ୍ଟେମ୍ବର ୨ପର୍ଯ୍ୟନ୍ତ ସିବିଆଇ କଷ୍ଟୋଡିରେ ରହିବାକୁ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ। ଏମିତି ହେଲେ ସେ ଏବେ ଆଉ ଜେଲ୍‌ ଯିବେ ନାହିଁ ବୋଲି ସ୍ପଷ୍ଟ ହୋଇଛି।

Share