Categories: ଜାତୀୟ

ବଢିଲା ପେଟ୍ରୋଲ, ଡିଜେଲ ଦର

ନୂଆଦିଲ୍ଲୀ,୧୨।୬: ଶୁକ୍ରବାର ପେଟ୍ରୋଲ ଓ ଡିଜେଲ ଦର ପୁଣି ବଢିଛି। ପେଟ୍ରୋଲ ଲିଟର ପିଛା ୫୭ ପଇସା ଏବଂ ଡିଜେଲ ଲିଟର ପିଛା ୫୯ ପଇସା ବଢିଛି। ଗତ ୬ ଦିନ ମଧ୍ୟରେ ପେଟ୍ରୋଲ ଲିଟର ପିଛା ୩.୩୧ ଟଙ୍କା, ଡିଜେଲ ଲିଟର ପିଛା ୩.୪୨ଟଙ୍କା ବୃଦ୍ଧି ପାଇଛି। ଫଳରେ ଦିଲ୍ଲୀରେ ପେଟ୍ରୋଲ ଦର ଲିଟର ପିଛା ୭୪.୫୭ ଟଙ୍କା ଡିଜେଲ ଦର ଲିଟର ପିଛା ୭୨.୮୧ ଟଙ୍କା ହୋଇଯାଇଛି। କୋଲକାତା, ମୁମ୍ବାଇ ଓ ଚେନ୍ନାଇରେ ପେଟ୍ରୋଲରେ ଲିଟର ପିଛା ଦର ଯଥାକ୍ରମେ ୭୬.୪୮ ଟଙ୍କା, ୮୧.୫୩ ଓ ୭୮.୫୪ ଟଙ୍କା ଏବଂ ଡିଜେଲ ଦର ଲିଟର ପିଛା ଯଥାକ୍ରମେ ୬୮.୭୦ ଟଙ୍କା, ୭୧.୪୮ ଓ ୭୧.୨୧ ଟଙ୍କାରେ ପହଞ୍ଚିଛି।

Share