Categories: ଜାତୀୟ

ବଢିଲା ରାମ ଜନ୍ମଭୂମି ନ୍ୟାସର ମୁଖ୍ୟଙ୍କ ସୁରକ୍ଷା

ନୂଆଦିଲ୍ଲୀ,୧୦।୧: ରାମ ଜନ୍ମଭୂମି ନ୍ୟାସର ମୁଖ୍ୟ ମହନ୍ତ ନୃତ୍ୟ ଗୋପାଳ ଦାସଙ୍କ ସୁରକ୍ଷାକୁ ବଢାଇ ଦିଆଯାଇଥିବା ଜଣାପଡିିଛି। ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ତାଙ୍କର ଓ୍ବାଇ ପ୍ଲସ ସୁରକ୍ଷାକୁ ବୃଦ୍ଧି କରାଯାଇ ଜେଡ୍‌ ସୁରକ୍ଷା ଯୋଗାଇ ଦିଆଯାଇଥିବା ଜଣାପଡିଛି। ସୂଚନାଯୋଗ୍ୟ, ବହୁ ବର୍ଷ ଧରି ରାମ ଜନ୍ମଭୂମି ଓ ବାବରି ମସଜିଦ ଜମି ବିବାଦକୁ ନେଇ ଲାଗି ରହିଥିବା ବିବାଦର ନିକଟରେ ଅନ୍ତ ଘଟିଛି। କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ କରାଯିବା ସହ ଏହା ନିକଟରେ ବାବରି ମସଜିଦ ପାଇଁ ସରକାର ଜମି ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।

Share