ନୂଆଦିଲ୍ଲୀ,୧୯।୧୨: ଲୋକ ସଭାର ବିରୋଧୀଦଳ ନେତା ରାହୁଲ ଗାନ୍ଧୀଙ୍କ ଅଡୁଆ ବଢିଲା। ଭାଜପାର ଅଭିଯୋଗ ଉପରେ ଦିଲ୍ଲୀ ପୋଲିସ ରାହୁଲଙ୍କ ବିରୋଧରେ ମାମଲା ରୁଜୁ କରିଛି। ସୂଚନାନୁସାରେ, ବିଏନଏସ ୧୧୭,୧୨୫, ୧୩୧,୩(୫) ଅଧୀନରେ କଂଗ୍ରେସ ନେତାଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି।
ଗୁରୁବାର ରାହୁଲ ଗାନ୍ଧୀଙ୍କ ବିରୋଧରେ ଭାଜପା ପୋଲିସ ନିକଟରେ ଅଭିଯୋଗ ଆଣିଥିଲା। ଏହି ଅଭିଯୋଗରେ ରାହୁଲ ସଂସଦ ପରିସରରେ ହୋଇଥିବା ଠେଲାପେଲା ବେଳେ ଶାରୀରିକ ଆକ୍ରମଣ ଏବଂ ଉତ୍ତେଜନା ସହ ଜଡିତ ଥିବା ନେଇ ଅଭିଯୋଗ ହୋଇଥିଲା।
ଏହା ବ୍ୟତୀତ ରାହୁଲ ଗାନ୍ଧୀଙ୍କୁ ହତ୍ୟା ପ୍ରୟାସ ଏବଂ ଅନ୍ୟାନ୍ୟ ଅଭିଯୋଗରେ ଅଭିଯୁକ୍ତ କରିବାକୁ ଭାଜପା ଦାବି କରିଛି। ଭାଜପା ପକ୍ଷରୁ ଏମ୍ପି ହେମଙ୍ଗ ଯୋଶୀ, ଅନୁରାଗ ଠାକୁର ଏବଂ ବଂଶୁରୀ ସ୍ବରାଜ ସଂସଦ ମାର୍ଗ ପୋଲିସ ଷ୍ଟେଶନରେ ପହଞ୍ଚି ଅଭିଯୋଗ ଦାଖଲ କରିଥିଲେ।