ବଢିଲା ଶରିଫଙ୍କ ଛୁଟି ଅବଧି

ଇସ୍‌ଲାମାବାଦ,୨୯।୧୦:ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ବାଜ ଶରିଫଙ୍କ ବେଲ୍‌ ଅବଧିକୁ ୮ ସପ୍ତାହକୁ ବୃଦ୍ଧି କରାଯାଇଛି। ଇସ୍‌ଲାମାବାଦ ହାଇକୋର୍ଟ ପକ୍ଷରୁ ବେଲ୍‌ ପାଇ ସେ ସର୍ଭିସେସ୍‌ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ତାଙ୍କୁ ହୃଦଘାତ ସମସ୍ୟା ଥିବାରୁ ଏବେ ତାଙ୍କ ବେଲ୍‌ ଅବଧିକୁ ବୃଦ୍ଧି କରାଯାଇଛି। ବେଳକୁ ବେଳ ତାଙ୍କ ଅବସ୍ଥା ଗୁରୁତର ହେଉଥିବା ଡାକ୍ତର ପ୍ରକାଶ କରିଛନ୍ତି। ତେଣୁ ଅଧିକ ଚିକିତ୍ସା ଲାଗି ତାଙ୍କୁ ଏହି ଛୁଟି ମିଳିଛି। ସୂଚନାଯୋଗ୍ୟ, ପ୍ରଥମେ ତାଙ୍କ ସ୍ବାସ୍ଥ୍ୟଗତ ସମସ୍ୟାକୁ ଦେଖି କୋର୍ଟ ଛୁଟି ପ୍ରଦାନ କରିଥିଲେ।

Share