Advertisement

ବଢୁଛି ପାକିସ୍ତାନର ସମସ୍ୟା: ଭାରତରେ ମିଶିବାକୁ ଦାବି କରୁଛନ୍ତି ପିଓକେ ଲୋକେ

ଇସଲାମାବାଦ୍‌,୧୩।୮: ପାକିସ୍ତାନର ସମସ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ ପାକିସ୍ତାନ ଭାରତ ଆଗରେ ବଡ଼ ଭାଇ ପଣିଆ ଦେଖାଇବାକୁ ଉଦ୍ୟମ କରିଥିଲେ ମଧ୍ୟ ସେଥିରେ ସଫଳ ହୋଇପାରି ନାହିଁ। ତେବେ ଇତିମଧ୍ୟରେ ପାକିସ୍ତାନ ଅଧିକୃତ କଶ୍ମୀର(ପିଓକେ)ରେ ବାସ କରୁଥିବା ଲୋକେ ଭାରତୀୟ ସମ୍ବିଧାନ ଉପରେ ଆସ୍ଥା ପ୍ରକଟ କରିଛନ୍ତି। ସେମାନେ ଭାରତରେ ମିଶିବା ପାଇଁ ଦାବି କରିଛନ୍ତି। ଏହା ପାକିସ୍ତାନର ସମସ୍ୟାକୁ ଦୁଇଗୁଣା କରିଥିବା ଚର୍ଚ୍ଚା ହେଉଛି। ପିଓକେର ଗିଲଗିଟ୍‌-ବଲ୍ଟିସ୍ତାନ ଅଞ୍ଚଳର ବାସିନ୍ଦା ଭାରତରେ ମିଶିବା ଲାଗି ବିକ୍ଷୋଭ କରିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share