ବଢୁଛି ବିଶ୍ୱ ତାପନ: କମୁଛି ପେଙ୍ଗୁଇନ୍‌ ସଂଖ୍ୟା

ବୋଷ୍ଟନ୍‌,୧୦।୧୧: ବିଶ୍ୱ ତାପମାନ ଧୀରେଧୀରେ ବଢିବାରେ ଲାଗିଛି। ଏହାର ପ୍ରଭାବରେ ଆଣ୍ଟାର୍କଟିକାରେ ଥିବା ହିମ ପାହାଡ଼ ତରଳିବାରେ ଲାଗିଛି। ଏହା ଯୋଗୁ ଜଳବାୟୁ ପରିବର୍ତ୍ତନ ହେବାରେ ଲାଗିଛି। ଏଭଳି ସ୍ଥିତି ଜାରି ରହିଲେ ଆସନ୍ତା ୨୧୦୦ ସୁଦ୍ଧା ଏଠାରେ ବାସ କରୁଥିବା ୮୬ ପ୍ରତିଶତ ପେଙ୍ଗୁଇନ୍‌ ଲୋପ ପାଇବେ ବୋଲି ବୋଷ୍ଟନର କରେଣ୍ଟ୍‌ ବାୟୋଲୋଜି ନାମକ ଏକ ପତ୍ରିକାରେ ପ୍ରକାଶ ପାଇଛି। ଗବେଷକ ଦଳରେ ଆମେରିକା ଡ୍ବୁଡସ୍‌ ହୋଲ୍‌ ଓସିନୋଗ୍ରାଫିକ୍‌ ଇନଷ୍ଟିଚ୍ୟୁଟ୍‌ର ସଦସ୍ୟ ମଧ୍ୟ ସାମିଲ୍‌ ହୋଇଥିଲେ। ଗବେଷକ ବିଭିନ୍ନ ଅଧ୍ୟୟନ କରିବା ପରେ ଏହାର ରିପୋର୍ଟ ଉପସ୍ଥାପନ କରିଛନ୍ତି। ଗତ ୩୭ ବର୍ଷ ମଧ୍ୟରେ ଆଣ୍ଟାର୍କଟିକାରେ ଥିବା ପେଙ୍ଗୁଇନ୍‌ ବସତି ପରିସୀମା ୮୮ ପ୍ରତିଶତ ସଙ୍କୁଚିତ ହୋଇଛି। ୧୬୦ଠାରୁ ଦକ୍ଷିଣ ସାଗରରେ ଥିବା ଆଲ୍‌ ଓକ୍ସ୍‌ କୋଞ୍ଚସ୍‌ ଦ୍ୱୀପର ବୃହତ୍‌ ପେଙ୍ଗୁଇନ୍‌ ବସତି ହିମ ପାହାଡ଼ ତରଳିବା ଯୋଗୁ ଅଧିକ ପ୍ରଭାବିତ ହୋଇଛି ବୋଲି ଗବେଷକ କହିଛନ୍ତି।

Share