Categories: ବାଣିଜ୍ୟ

ବଢୁଛି ବ୍ୟାଙ୍କ ଠକେଇ: ୨୦୧୮-୧୯ରେ ଧରାପଡିଛି ୭୧,୫୦୦ କୋଟି

ମୁମ୍ବାଇ,୪-୬: ଆର୍ଥିକ ବର୍ଷ ୨୦୧୮-୧୯ରେ ୭୧,୫୦୦ କୋଟି ଟଙ୍କାର ୬୮୦୦ ବ୍ୟାଙ୍କ ଠକେଇ ଧରାପଡିଛି ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ପକ୍ଷରୁ କୁହାଯାଇଛି। ଏହାର ପୂର୍ବବର୍ଷ ୨୦୧୭-୧୮ରେ ୪୧,୧୬୭.୦୩ କୋଟି ଟଙ୍କାର ୫୯୧୬ ମାମଲା ସାମ୍‌ନାକୁ ଆସିଥିଲା। ବର୍ଷକ ଭିତରେ ବ୍ୟାଙ୍କ ଠକେଇ ମାମଲାରେ ୭୩% ବୃଦ୍ଧି ଘଟିଛି। ଆର୍‌ଟିଆଇ ପ୍ରଶ୍ନର ଉତ୍ତର ଦେଇ ଆର୍‌ବିଆଇ କହିଛି ଯେ, ଗତ ୧୧ ବର୍ଷରେ ମୋଟ ୫୩,୩୩୪ ମାମଲାରେ ୨.୦୫ ଲକ୍ଷ କୋଟି ଟଙ୍କା ଜାଲିଆତି ମାମଲା ଧରାପଡିଛି। ଏଥିପୂର୍ବରୁ ୨୦୦୮-୦୯ରେ ୧୮୬୦.୦୯ କୋଟି ଟଙ୍କାର ୪୩୭୨ ମାମଲା ଧରାପଡିଥିଲା। ଏହାପରେ ୨୦୦୯-୧୦ରେ ୧୯୯୮.୯୪ କୋଟି ଟଙ୍କାର ୪୬୬୯ ମାମଲା, ୨୦୧୦-୧୧ରେ ୩୮୧୫.୭୬କୋଟି ଟଙ୍କାର ୪୫୩୪ ମାମଲା, ୨୦୧୧-୧୨ରେ ୪୫୦୧.୧୫ କୋଟି ଟଙ୍କାର ୪୦୯୩ ମାମଲା, ୨୦୧୨-୧୩ରେ ୮୫୯୦.୮୬ କୋଟି ଟଙ୍କାର ୪୨୩୫ ମାମଲା, ୨୦୧୩-୧୪ରେ ୧୦,୧୭୦.୮୧ କୋଟି ଟଙ୍କାର ୪୩୦୬ ମାମଲା, ୨୦୧୪-୧୫ରେ ୧୯,୪୫୫.୦୭ କୋଟି ଟଙ୍କାର ୪୬୩୯ ମାମଲା, ୨୦୧୫-୧୬ରେ ୧୮,୬୯୮.୮୨ କୋଟି ଟଙ୍କାର ୪୬୯୩ ମାମଲା, ୨୦୧୬-୧୭ରେ ୨୩,୯୩୩.୮୫ କୋଟି ଟଙ୍କାର ୪୬୯୩ ମାମଲା, ୨୦୧୭-୧୮ରେ ୪୧,୧୬୭.୦୩ କୋଟି ଟଙ୍କାର ୫୯୧୬ ମାମଲା ସାମ୍‌ନାକୁ ଆସିଥିଲା। ଆର୍‌ଟିଆଇ ଉତ୍ତରରେ ଆର୍‌ବିଆଇ କହିଛି ଯେ, ଜାଲିଆତି କ୍ଷେତ୍ରରେ ସମ୍ପୃକ୍ତ ବ୍ୟାଙ୍କଦ୍ୱାରା ତଦନ୍ତକାରୀ ଏଜେନ୍ସିଙ୍କ ନିକଟରେ ଆପରାଧିକ ମାମଲା ଦାଏର କରିବାକୁ ପଡିଥାଏ। କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ କୌଣସି ତଥ୍ୟ ଉପଲବ୍ଧ ନାହିଁ।

Share